କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଘାଟିତ:ଯୋଗଦେଲେ ଦେବାଶିଷ ମହାନ୍ତି
ଦାମନଯୋଡି,୨୪/୦୩: ନାଲକୋ ପକ୍ଷରୁ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ) ଓ ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ କ୍ରିକେଟ ପ୍ରଶିକ୍ଷଣ ଶିବିର ମଙ୍ବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି।ଉତ୍ସବରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଅତିଥି ଅମରେନ୍ଦ୍ର କୁମାର ମିଶ୍ର,ସମ୍ମାନିତ ଅତିଥି ରୂପେ ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା ଓ ସୁଗାତୋ ଆନନ୍ଦ ବାସୁ, ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି,ଡିପିଏସ ଅଧ୍ୟକ୍ଷା ସୁଶ୍ରୀ ସୁଜାତା ପାଣି ଉପସ୍ଥିତ ରହି ଏହାର ଉଦଘାଟନ କରିଥିଲେ।ସାଂପ୍ରତିକ ପରିସ୍ଥିତିରେ କ୍ରୀଡ଼ାର ମହତ୍ୱ ଓ ନୂତନ ଜ୍ଞାନକୌଶଳ ଦ୍ଵାରା ପ୍ରଶିକ୍ଷଣ ଉପରେ ଅତିଥି ଗଣ ଗୁରୁତ୍ୱାରୋପ କରିଥିଲେ।ଡିପିଏସ ଖେଳ ପଡିଆରେ ଉଦଘାଟିତ ଶିବିରରେ ଦୁଇ ସ୍କୁଲର ୭୫ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି।ଆନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ତଥା ନାଲକୋ ଏଜିଏମ(କ୍ରିଡ଼ା)ଦେବାଶିଷ ମହାନ୍ତି ଶିବିରାର୍ଥିଙ୍କୁ କ୍ରିକେଟ ଖେଳର ବିଭିନ୍ନ କୌଶଳ ଶିକ୍ଷା ଦେଉଛନ୍ତି।ଓଡ଼ିଶା କ୍ରିକେଟ ଆସୋସିଏସନର ମନୋଜ ବିଶ୍ଵାଳ (ଫିଟନେସ କୋଚ୍) କ୍ରିଡ଼ା ପାଇଁ ଫିଟନେସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଡିପିଏସର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ଅଞ୍ଜନା କୁମାରୀ ଓ ଶାରୀରିକ ଶିକ୍ଷା ଶିକ୍ଷକ ନବକିଶୋର ପଣ୍ଡା,ସରସ୍ବତୀ ବିଦ୍ୟାମନ୍ଦିରର ଶାରୀରିକ ଶିକ୍ଷାଶିକ୍ଷକ ଡଃ ନିରୋଦ କୁମାର ପ୍ରଧାନ ଶିବିର ପରିଚାଳନା କରୁଛନ୍ତି।ଉଲ୍ଲେଖଯୋଗ୍ୟ ଏହି କ୍ରିକେଟ ପ୍ରଶିକ୍ଷଣ ୩୦ତାରିଖ ପର୍ଯ୍ୟନ୍ତ ଚାଲିବା କାର୍ଯ୍ୟକ୍ରମ ରହିଛି।