ନାଲକୋ ପ୍ରଯୋଜିତ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ। ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୨୪/୩/୨୬(ମଙ୍ଗଳବାର)
ନାଲକୋ ପ୍ରଯୋଜିତ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଦାମନଯୋଡି:- ୨୪/୩( ନି.ପ୍ର ) ନାଲକୋ କର୍ପୋରେଟ ସାମାଜିକ ବିଭାଗ ଦ୍ୱାରା ଏକ ଦୁଇ ଦିନିଆ ଫୂଟବଲ ଟୁର୍ନାମେଣ୍ଟ ଆରମ୍ଭ କରାଯାଇଛି. ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବେହେରାଗୁଡା ଠାରେ ଉକ୍ତ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି.ଉକ୍ତ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ, ନାଲକୋ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ସ୍ୱଗତ ଆନନ୍ଦ ବାସୁ, ସୁନାବେଡା ମୁନିସିପାଲିଟି ଅଧକ୍ଷ ଡକ୍ଟର ରାଜେନ୍ଦ୍ର ପାତ୍ର, ନାଲକୋ କ୍ରୀଡା ବିଭାଗ ର ଅଧିକାରୀ ଅରୁଣ କୁମାର ମହାନ୍ତି, ସେଣ୍ଟ୍ରାଲ ଇଉନିଭସିଟି କ୍ରୀଡା ବିଭାଗ ର ଡକ୍ଟର ଅମନ କୁମାର, ସେମିଳିଗୁଡା ବ୍ଲକ ର ବିଡ଼ିଓ ଜସ୍ମିନ ପ୍ରଧାନ ଉପସ୍ଥିତ ଥିଲେ । ରାଷ୍ଟ୍ରଦୀପ ର ବରିଷ୍ଟ ପତ୍ରକାର ଏବଂ ବିଶିଷ୍ଟ ସମାଜ ସେବୀ ଡକ୍ଟର ଜଳେନ୍ଦ୍ର ତ୍ରିପାଠୀ ଏବଂ ରାଷ୍ଟ୍ରଦୀପ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ମୁଖ୍ୟତଃ ତିନି ଟି ବ୍ଲକ, ସେମିଳିଗୁଡା, ପଟ୍ଟାଙ୍ଗି ଏବଂ କୋରାପୁଟ ର ବିଭିନ୍ନ ଗ୍ରାମ ରୁ ମୋଟ ୪୮ ଦଳ କୁ ନେଇ ଉକ୍ତ ପ୍ରତିଯୋଗିତା ଆରମ୍ଭ ହୋଇଛି.
ଝୋଲାଗୁଡା, ବଡ଼ପାଦୁ, କୁଡୁମୁଲୁ, ନୂଆଗାଁ, ଓମ ଅମ୍ଳବାଡି, ଥୁରିଆ, ଦମନ ଝୋଲା କଲୋନୀ, ପି ସିପାଇପୁଟ, କଣ୍ଟାଗୁଡା, ପଟ୍ଟାଙ୍ଗି, ପାଟିଆସିଲି, ମାଳିପୁଟ,ଡୁମୁରିଗୁଡା, ମରିଚମାଳ, ଗୌଡ଼ଗୁଡା, ଖଗଧରା, ଗୁମାଲଗୁଡା, ଡୁମୁରିପଦାର, ଖାଲପାଡ଼ି, ଚୌଗାଁ, କୁମାରଗୁଡା, ଡେଙ୍ଗା ଯାନିଗୁଡା, ଚମ୍ପାପଦାର, ଏଲ ଗୌଡ଼ଗୁଡା, ସୋରିଷ ପଦର, ଆଲିଗାଁ, ଚାରାଙ୍ଗୁଲ, ହାଞ୍ଜରାଗୁଡା, ସୁକୁରୀଗୁଡା, ଲେଞ୍ଜିଗୁଡା, ଅମ୍ବଗାଁ, କିଲାର, କଙ୍କଡା ଆମ୍ବ, ଲୁଙ୍ଗୁରି, ପୁତୁରାଘାଟି, ବେହେରାଗୁଡା, ଲିଟିଗୁଡା, ବାରଙ୍ଗପୁଟ, ପାକଝୋଲା, ମାଳି ମାର୍ଲା, ଗାଦୀପାବଲି, ଡ଼ୁମଗୁଡା, ଚିନ୍ଦିପାର କଲୋନୀ, କୋଟିଆ, ମାଥାଲପୁ୍ଟ, ଗଲଗାବ୍ଦର, ପ୍ରମୁଖ ଗାଁ ମାନଙ୍କର ଦଳ ଗୁଡିକ ଭାଗ ନେଇଥିବା ସୂଚନା ମିଳିଛି.
ଅଜୟ ବାରିକ, ସୁଦର୍ଶନ ସେନାପତି, ଡକ୍ଟର ଅଶୋକ କୁମାର ମହାନ୍ତି,ମୁରଲୀଧର ମହାପାତ୍ର,ଡଃ ରମେଶ ଚନ୍ଦ୍ର ଦାଶ, ପିତାମ୍ବର ସାହୁ ସହଯୋଗ କରିଥିଲେ ।
କୋରାପୁଟ ବ୍ଲକ କ୍ରୀଡା ସମ୍ପାଦକ ଅନିଲ କୁମାର ପତି, କ୍ରୀଡା ଶିକ୍ଷକ ଡକ୍ଟର ଡକ୍ଟର ନିରୋଧ କୁମାର ପ୍ରଧାନ, ଅର୍ଜୁନ ଦାମୀ, ସୁରେନ୍ଦ୍ର ଯାନୀ, ଦୁଲୁ ଶୁଙ୍ଗାରି, ରାହୁଲ ଶୁଙ୍ଗାରି, ସଞ୍ଜୟ ଶୁଙ୍ଗାରି, ଅନିଲ ଦାମୀ, ସଦା ଗାଦବା, ଦମ୍ବୁରୁ ଲମତା ,ନାଲକୋ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉକ୍ତ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରି ସାଫଲ୍ୟ ମଣ୍ଡିତ କରିଥିଲେ ।