logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ।

ଦେବଗଡ଼, ତା ୨୪/୦୩/୨୦୨୬ ରିଖ :-
ମାନ୍ୟବର ଜିଲ୍ଲା ଏବଂ ସେସନ୍ସ ଜଜ୍, ଦେବଗଡ଼ ଶ୍ରୀ ଦେବାଶିଷ ରାଉତ ବାରକୋଟ ପୋଲିସ୍ ଷ୍ଟେସନ୍ କେସ୍ ନଂ– ୪୩୭/୨୬/୧୨/୨୦୨୧ ରୁ ଉଦ୍ଧୃତ ଏକ ହତ୍ୟା ମାମଲାରେ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତ ତ୍ରିବନ ମୁଣ୍ଡାଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି।
ମାନ୍ୟବର କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ରହିଲେ ଅଭିଯୁକ୍ତଙ୍କୁ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ।
ସୂଚନାଯୋଗ୍ୟ ଯେ, ମଲି ମୁଣ୍ଡାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତ୍ରିବନ ମୁଣ୍ଡା ତାଙ୍କ ସହ ବିବାହ କରିଥିଲେ। ପରେ ସେ ପ୍ରାୟତଃ ମଲି ମୁଣ୍ଡାଙ୍କ ସହିତ ଝଗଡ଼ା କରୁଥିବା ବେଳେ ମୃତକ ରବି ମୁଣ୍ଡା (ଅଭିଯୁକ୍ତଙ୍କ ସାବତ ପୁଅ) ପ୍ରତିବାଦ କରୁଥିଲେ। ୨୫/୧୨/୨୦୨୧ ତାରିଖରେ ଏହି ପରିବାରିକ ବିବାଦ ତୀବ୍ର ରୂପ ନେଇଥିଲା ଏବଂ ଅଭିଯୁକ୍ତ ତ୍ରିବନ ମୁଣ୍ଡା କୁରାଢ଼ି ସାହାଯ୍ୟରେ ରବି ମୁଣ୍ଡାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ମୃତକଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲା, କିନ୍ତୁ ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ମାମଲାରେ ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର ଶ୍ରୀ ଯୋଗେଶ୍ୱର ପାତ୍ର ମାମଲା ପରିଚାଳନା କରିଥିଲେ। ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ ସହକାରୀ ନିର୍ଦ୍ଦେଶକ ନିରଞ୍ଜନ ନାୟକଙ୍କ ତତ୍ତ୍ୱାବଧାନରେ ମାମଲାର ବିଚାର ହୋଇଥିଲା। ବାରକୋଟ ଥାନାର ତତ୍କାଳୀନ ଆଇଆଇସି କନକ କୁମାର ମାଝୀ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲେ।

5
345 views

Comment