logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ ପାଇଁ ବ୍ୟାପକ ସଚେତନତା: ଅଭିଭାବକଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ଶିକ୍ଷା ଅଧିକାରୀ*

ମାଲକାନଗିରି,୨୪/୩/୨୬:
ରାଜ୍ୟ ସରକାରଙ୍କ ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଓ ନିମନ୍ତ୍ରଣ ପତ୍ର ବଣ୍ଟନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ତମସା ପଞ୍ଚାୟତସ୍ଥିତ ଏମ.ଭି-୭ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗୀରଥି ବେହେରା ଯୋଗଦେଇଥିଲେ।ଅଧିକାରୀମାନେ ଘରକୁ ଘର ବୁଲି ପିଲାମାନଙ୍କୁ ଚକଲେଟ୍ ଓ ଫୁଲ ଦେବା ସହ ସେମାନଙ୍କ ଅଭିଭାବକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଆସନ୍ତା ୦୨.୦୪.୨୦୨୬ ରିଖରେ ସମସ୍ତ ବିଦ୍ୟାଳୟରେ ‘ଖଡ଼ିଛୁଆଁ ଓ ନାମଲେଖା ଦିବସ’ ପାଳନ କରାଯିବ। ଏହି ଦିନ ନୂତନ ଭାବେ ନାମ ଲେଖାଉଥିବା ପିଲାମାନଙ୍କୁ ପାରମ୍ପରିକ ରୀତିରେ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ। ଏଥିସହ ବିଦ୍ୟାଳୟ ପରିଚାଳନା କମିଟି, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଭିଭାବକମାନଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଢ଼ି ଶୁଣାଯିବ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ, ତମସା ସି.ଆର.ସି.ସି., ସମଗ୍ର ଶିକ୍ଷା ସଂଯୋଜକ ଏବଂ ବିଦ୍ୟାଜୟ କମିଟିର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଓ ଗୁଣାତ୍ମକ ଶିକ୍ଷାର ମୂଳଦୁଆ ପକାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

90
7607 views

Comment