logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

୨୦୨୭ ମସିହା ରେ ହେବାକୁ ଥିବା ଜନଗଣନା ପାଇଁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ପାଇଁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆଜି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ନୋଡାଲ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଘର ତାଲିକାଭୁକ୍ତି ଓ ଗୃହ ଗଣନା (HLO) ସମ୍ବନ୍ଧୀୟ ବିସ୍ତୃତ ଶିକ୍ଷା ଦିଆଯାଉଛି।
ଏହା ମାଧ୍ୟମରେ ଆସନ୍ତା ଜନଗଣନା କାର୍ଯ୍ୟକୁ ସଠିକ୍ ଓ ସୁଚାରୁ ଭାବରେ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ତାଲିମ ଶିବିର ୮ ଟି ବେଚ ରେ ଆୟୋଜିତ କରାଯିବ ପ୍ରତ୍ୟେକ ବେଚ ରେ ୫୦ ଜଣ ଗଣନାକାରୀ ପର୍ଯ୍ୟବେକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯିବ। ତାଲିମ ଦେବା ପାଇଁ ୪ ଜଣ ଶିକ୍ଷକ ଙ୍କୁ ନିୟଜିତ କରାଯାଇଛି। କାର୍ଯ୍ୟକ୍ରମରେ କୋଡ଼ିଙ୍ଗା ତହସିଲଦାର ଶ୍ରୀ ତୁଳା ମୁଦୁଲି ଏବଂ ଅତିରିକ୍ତ ତହସିଲଦାର ଶ୍ରୀ ତ୍ରିଲୋଚନ ନାୟକ ଉପସ୍ଥିତ ରହିଥିଲେ। ସେମାନେ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ଆଲୋକ ପାତ କରି ନିୟମିତ ଓ ନିଷ୍ଠାପୂର୍ଣ୍ଣ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଘର ତାଲିକାଭୁକ୍ତି ଓ ଗୃହ ଗଣନା ଆଗାମି ଏପ୍ରିଲ ମାସ ୧୬ ତାରିଖ ରୁ ଆରମ୍ବ ହୋଇ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବଲି ତହସିଲଦାର ଶ୍ରୀ ତୁଳା ମୁଦୁଲି ମତ ଦେଇଛନ୍ତି ।

0
46 views

Comment