logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଞ୍ଚପିଢ ଖଣ୍ଡାୟତ ମହାସଭାର ବିଶେଷ ଅଧିବେଶନ ଅନୁଷ୍ଠିତ।

ପାଞ୍ଚପିଢ ଖଣ୍ଡାୟତ ମହାସଭାର ବିଶେଷ ଅଧିବେଶନ ଅନୁଷ୍ଠିତ।

କରଞ୍ଜିଆ -୨୩/୦୩(ଖଣ୍ଡାଧାର ନିଉଜ) କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା କଲ୍ୟାଣ ମଣ୍ଡପ ପରିସରରେ ପାଞ୍ଚପିଢ ଖଣ୍ଡାୟତ ମହା ସଭାର ବିଶେଷ ଅଧିବେଶନ ରବିବାର ଦିନ ସଭାପତି ଧରଣୀଧର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ରେ ପାଞ୍ଚୋଟି ବ୍ଲକ ରେ ଅଞ୍ଚଳ ରେ ଥିବା କରଞ୍ଜିଆ ବ୍ଲକ , ଠାକୁର ମୁଣ୍ଡା, ଯଶିପୁର , ଶୁକୃଳି ,ଓ ରରୁଆ ବ୍ଲକ୍ ଅଞ୍ଚଳର ଖଣ୍ଡାୟତ ସମୁହ ଯୋଗ ଦାନ କରିଥିଲେ। ଏହି ସଂଗଠନ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମରେ ଯୋଗଦାନ୍ କରି ଆସୁଅଛି । ଏହି ବିଶେଷ ଅଧିବେଶନ ରେ ଅତିଥି ରୂପେ ଆର୍ତ୍ତତ୍ରାଣ ବିଶ୍ବାଳ , ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ କାଦଡିହା ର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା ,ବିନୟ କୁମାର ରାୟ , ସୁରେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦାନ କରି ଖଣ୍ଡାୟତ କ୍ଷତ୍ରିୟଙ୍କ ବଳିଦାନର ଦିନ କୁ ମନେପକାଇଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ କର୍ମକର୍ତ୍ତା ନିର୍ବାଚନରେ ସଭାପତି ରୂପେ ଇଞ୍ଜିନିୟର ବସନ୍ତ କୁମାର ରାଉତ , ଉପସଭାପତି ଭାବେ ବିଦେଶୀ ରାଜ , କୋଷାଧ୍ୟକ୍ଷ ଭାବେ ମହେଶ୍ୱର ନାୟକ ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୁବ୍ରତ କୁମାର ରାଉତ ,ସହ ସମ୍ପାଦକ ଚିକୁ ଭୁଜବଳ ,ମୁନା ସ୍ଵାଇଁ ରହିଛନ୍ତି ।
ଉପଦେଷ୍ଟା ମଣ୍ଡଳୀରେ ସର୍ବ ଶ୍ରୀ ଧରଣୀଧର ପ୍ରଧାନ , ଡକ୍ଟର ଭାଗବତ ଲେଙ୍କା , ସୁରେନ୍ଦ୍ର କୁମାର ନାୟକ ‌,ବିମଲ କୁମାର ରାୟ , ସମ୍ବିଧାନ ମହାପାତ୍ର । ମନୋରଞ୍ଜନ ରାଉତ , ଗୋବିନ୍ଦ ପ୍ରଧାନ , ଆର୍ତ୍ତବନ୍ଧୁ ବିଶ୍ବାଳ , ଅଜିତ କୁମାର ସ୍ଵାଇଁ , ଦୀପ୍ତି ରଞ୍ଜନ ପରିଡ଼ା , ହୀରାଲାଲ ସ୍ଵାଇଁ ରହିଥିବା ବେଳେ ମହିଳା ମୋର୍ଚ୍ଚା ର ସଭାପତି ରୂପେ ପ୍ରଜ୍ଞା ପାରମିତା ଗଡ଼ନାୟକ ନିର୍ବାଚିତ ହୋଇଥିଲେ । ମହେଶ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

1
766 views

Comment