logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ସିକଲ ସେଲ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଏବଂ ତମାକୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ବରଗଡ଼ ଜିଲ୍ଲାର ,ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜାତୀୟ ସିକଲ ସେଲ ଅନିମିଆ ନିରାକରଣ କାର୍ଯ୍ୟକ୍ରମ ଏବଂ ଜାତୀୟ ତମାକୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।
ବୈଠକରେ ଉଭୟ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନ୍ୱୟନ ପାଇଁ ସମସ୍ତ ବିଭାଗଙ୍କ ମଧ୍ୟରେ ସମନ୍ୱୟ ଓ ସଂଯୁକ୍ତ ପ୍ରୟାସର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା। ବିଶେଷକରି ବିଦ୍ୟାଳୟ ଓ କଲେଜ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସିକଲ ସେଲ ଅନିମିଆର ପ୍ରତିରୋଧ, ପୂର୍ବ ଚିହ୍ନଟ ଓ ପରିଚାଳନା ସହିତ ତମାକୁ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଶିକ୍ଷାନୁଷ୍ଠାନଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମକୁ ଶକ୍ତିଶାଳୀ କରିବା ସହ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇ ସ୍ୱାସ୍ଥ୍ୟ ଓ ତମାକୁ ନିୟନ୍ତ୍ରଣ ବିଷୟରେ ସୂଚନା ପ୍ରସାରକ ଭାବେ ଗଢ଼ି ତୋଳିବା, ସିଗାରେଟ ଏବଂ ଅନ୍ୟାନ୍ୟ ତମାକୁ ଉତ୍ପାଦ ଆଇନ (COTPA) ର କଠୋର କାର୍ଯ୍ୟନ୍ୱୟନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ସାର୍ବଜନିକ ସ୍ଥାନ ଓ ଶିକ୍ଷାନୁଷ୍ଠାନ ପରିସରରେ ତମାକୁ ବ୍ୟବହାର ନିୟନ୍ତ୍ରଣ ପାଇଁ ଅଧିକ ଚାଲିତା କାର୍ଯ୍ୟବାହୀ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବରଗଡ଼ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତମାକୁ ଆସକ୍ତ ବ୍ୟକ୍ତିମାନଙ୍କ ପାଇଁ ଯଥୋଚିତ ପରାମର୍ଶ ସେବା ଯୋଗାଇବା ଓ ତାଙ୍କର ପୁନର୍ବାସ ପାଇଁ ପଦକ୍ଷେପ ନେବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହାସହିତ ସ୍ଥାନୀୟ ଲୋକ ପ୍ରତିନିଧି , ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ସଂପୃକ୍ତ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଓ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା।
ଏତଦବ୍ୟତୀତ ଗତ ବର୍ଷର ପାଇଁ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ସଚେତନତା, କାର୍ଯ୍ୟନ୍ୱୟନ, ପ୍ରଶିକ୍ଷଣ ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ଜୋର ଦିଆଯାଇଥିଲା। ଏହାପରେ ଜିଲ୍ଲା ସ୍ତରୀୟ ସମନ୍ୱୟ ସମିତିର ଭୂମିକା ଓ ଦାୟିତ୍ୱ ବିଷୟରେ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା ଯାହା ମାଧ୍ୟମରେ ବିଭାଗମାନଙ୍କ ମଧ୍ୟରେ ଭଲ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଜିଲ୍ଲାରୁ ସିକଲ ସେଲ ଅନିମିଆ ନିରାକରଣ ଓ ତମାକୁ ବ୍ୟବହାର ନିୟନ୍ତ୍ରଣ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ପାଇଁ ସମୁହିକ ପ୍ରୟାସ କରିବାକୁ ଆହ୍ୱାନ କରିଥିଲେ ।

0
112 views

Comment