ଦ୍ୱିତୀୟ ଠାକୁରଗଡ଼ କପ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l ପର୍ଶୁମାଳ ଚମ୍ପିୟାନ l
ଅନୁଗୋଳ (କରୁଣାକର ନାୟକ ):-୨୩/୩:- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଖେଳ ପଡିଆରେ ଉତ୍ତମ ମେମୋରିଆଲ ଠାକୁରଗଡ଼ କପ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟ ଟି ଗତ ୧୭ ତାରିଖ ରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ସମୁଦାୟ ୧୨ ଟି ଦଳ ଭାଗ ନେଇଥିଲେ l ଫାଇନାଲ ଖେଳ ପର୍ଶୁମାଳ ଓ ସାନହୁଲା ଦଳ ମଧ୍ୟରେ ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହୋଇଥିଲା l ପର୍ଶୁମାଳ ଦଳ ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟ ର ଚମ୍ପିୟାନ ହୋଇଥିଲା l
ଖେଳକୁ ସୁଚାରୁ ଭାବେ ପରିଚାଳନା କରିଥିଲେ ଅମ୍ପାୟର ଜୀତେନ୍ଦ୍ର ଦେହୁରୀ, ସୁନିଲ ଲହରା ଓ ପ୍ରବୀଣ କୁମାର ସାହୁ। ଧାରାବିବରଣୀ ଜନ୍ ଦେଇଥିବାବେଳେ ପିଣ୍ଟୁ ସ୍କୋରିଂ ଦାୟିତ୍ୱ ନିଭାଇଥିଲେ। ଟୁର୍ଣ୍ଣାମେଣ୍ଟର
ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଆଠମଲ୍ଲିକ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର(ପିନା)ଯୋଗ ଦେଇ ଉଦଯାପନୀ ମ୍ୟାଚ କୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସନ୍ତୋଷ ସାହୁ,ଶୁଭକାନ୍ତ ପ୍ରଧାନ,ସୌରଭ ମିଶ୍ର, ବିଭୁ ପ୍ରସାଦ ସେନାପତି, ଅଖିଲ ମଇଉଁଦିନ ଓ ଯୁବ ସାମ୍ବାଦିକ ଧନଞ୍ଜୟ ନାୟକ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଚମ୍ପିୟାନ ପର୍ଶୁମାଳ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ୨୫ ହଜାର ୫୫୫ ଟଙ୍କା ମୁଖ୍ୟଅତିଥି ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରଦାନ କରିଥିଲେ l ସେହିଭଳି ରନର୍ସଅଫ ହୋଇଥିବା ସାନହୁଲା ଦଳ କୁ ଟ୍ରଫି ସହ ୧୫ ହଜାର ୫୫୫ ଟଙ୍କା ପୁରସ୍କାର ରାଶି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ, ବେଷ୍ଟ ବୋଲର, ବେଷ୍ଟ ବ୍ୟାଟ୍ସମ୍ୟାନ, ବେଷ୍ଟ ଫିଲଡର ପ୍ରଭୁତି ପୁରସ୍କାର ମଧ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଦୀର୍ଘ ୭ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ କୁ ଶକ୍ତି,ପିଣ୍ଟୁ,ଲିଟୁ, କାଁହୁ,ସିପୁନ, ସିଲନ,ହିମାଂଶୁ, ଲିଙ୍କୁ,ବାପୁନି, ରାଜା,ଚିନୁ, ଶ୍ରୀନୁ ଓ ପ୍ରବୀଣ ପ୍ରମୁଖ ଯୁବକମାନେ ଖୁବ ସୁନ୍ଦର ଭାବେ ଆୟୋଜନ କରିଥିଲେ l ହଜାର ହଜାର ସଂଖ୍ୟାରେ ଦର୍ଶକ ଏହି ଅନ୍ତିମ ଦିବସରେ ଖେଳକୁ ଉପଭୋଗ କରିଥିଲେ l