logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱାସ୍ଥ୍ୟକେନ୍ଦ୍ରରେ ଉଦଘାଟନ ହେଲା ସୁଭଦ୍ରା ଦିଦି କ୍ୟାଟରିଂ

ଦାମନଯୋଡ଼ି,୨୩/୦୩:ଓଡ଼ିଶା ଜୀବିକା ମିଶନ ତରଫରୁ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୁଭଦ୍ରା ଦିଦି କ୍ୟାଟରିଂ ର ଏକ ୟୁନିଟ ସୋମବାର ଉଦଘାଟିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷା ନମିତା ମାଝୀ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡ଼ ଅତିଥି ରୂପେ ଯୋଗଦେଇ ଏହାର ଉଦଘାଟନ କରିଥିଲେ।ଜିଲ୍ଲା ପରିଷଦ ସଦସ୍ୟ ମିହିର କୁମାର କୁଳଦୀପ ଓ ମାଥାଲପୁ୍ଟ ସରପଞ୍ଚ ରଞ୍ଜିତା ଦିଶାରୀ ଉପସ୍ଥିତ ଥିଲେ।ସେହିପରି ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସୁମନ କୁମାର ଟପ୍ନୋ,ଡ଼ାଃ ଅନୁପମା ପତି,ବିପିଏମ ନୀଳକଣ୍ଠ ପାଣି ଓ ପିଏଚଇଓ ବିଜୟ ଖିଲ,ଓଡ଼ିଶା ଜୀବିକା ମିଶନର ବିପିଏମ ସ୍ନେହଲତା ମିଶ୍ର,ବିଏଲସି,ବିପିସି ଓ ଏହି କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ରାଜ୍ୟ ବୈଷୟିକ ମାର୍ଗଦର୍ଶକ କେଏଏସଏନଆରଓ ସଂସ୍ଥାର ରାହେନା ଏସ.(କେରଳ) ମଧ୍ୟ ଉପସ୍ଥିତ ଥିଲେ।ମାଥାଲପୁ୍ଟର ନୀଳାବାଡ଼ି ସ୍ଵୟଂ ସହାୟିକା ଗୋଷ୍ଠିର ତାଲିମପ୍ରାପ୍ତ ପାଞ୍ଚ ଜଣ ସଦସ୍ୟା ଏହି କ୍ୟାଟରିଂ ୟୁନିଟ ପରିଚାଳନା ଦାୟିତ୍ଵ ନେଇଛନ୍ତି।ଓଡ଼ିଶା ଜୀବିକା ମିଶନ ତରଫରୁ ଆବଶ୍ୟକ ରୋଷେଇ ଉପକରଣ କ୍ରୟ ନିମନ୍ତେ ୧ଲକ୍ଷ ୨୦ହଜାର ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି।ଉଲ୍ଲେଖଯୋଗ୍ୟ ଏହି କ୍ୟାଟରିଂ ୟୁନିଟ ଅର୍ଡର୍ ମୁତାବକ ଖାଦ୍ୟ ପ୍ରସ୍ତୁତ କରି ରୋଗୀ ମାନଙ୍କ ସହିତ ଆଟେଡ଼ାଣ୍ଟ,ବାହାରର ଅନ୍ୟ ବ୍ୟକ୍ତି/ସଂସ୍ଥା ସୁଲଭ ମୂଲ୍ୟରେ ଯୋଗାଇ ପାଇପାରିବେ।

33
3699 views

Comment