ଦେବଗଡ଼ରେ ନୃଶଂସ ହତ୍ୟାକାଣ୍ଡ: ଧାନ ବିଲରୁ ଅର୍ଦ୍ଧଦଗ୍ଧ ମହିଳା ମୃତଦେହ ଉଦ୍ଧାର ।
ଦେବଗଡ ତା ୨୩/୦୩/୨୦୨୬ ରିଖ :- ଦେବଗଡ଼ ଜିଲ୍ଲାରେ ପାରିବାରିକ କଳହ ନେଇ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ। ଧାନ ବିଲରୁ ଏକ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହେବା ସହ ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।
ଦେବଗଡ଼ ଜିଲ୍ଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖଇରପାଲି ଫାଣ୍ଡି ଅଞ୍ଚଳର ମଲାରବାହାଳ ଗ୍ରାମରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ମୃତକା ଲକ୍ଷ୍ମୀ ସାହୁ (୫୦)ଙ୍କ ମୃତଦେହ ଆଜି ସକାଳେ ଗ୍ରାମ ନିକଟସ୍ଥ ଧାନ ବିଲରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ପାରିବାରିକ କଳହ ଏହି ଘଟଣାର ପ୍ରମୁଖ କାରଣ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣାରେ ସନ୍ଦେହଭାଜନ ସ୍ୱାମୀ ଯଶୋବନ୍ତ ସାହୁ (୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମୃତଦେହଟି ପ୍ରାୟ ୧୬ ଘଣ୍ଟା ଧରି ଧାନ ବିଲରେ ପଡି ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍କୁ ଅପେକ୍ଷା କରୁଥିବାବେଳେ, ତଦନ୍ତ ଜୋରଦାର କରାଯାଇଛି।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି