logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଜନଗଣନା-୨୦୨୭ ପ୍ରସ୍ତୁତି ଜୋରଦାର* *ଏନୁମେରେଟର ଓ ସୁପରଭାଇଜରଙ୍କ ତାଲିମ ଶିବିର ଆରମ୍ଭ*

*ମାଲକାନଗିରିରେ ଜନଗଣନା-୨୦୨୭ ପ୍ରସ୍ତୁତି ଜୋରଦାର*

*ଏନୁମେରେଟର ଓ ସୁପରଭାଇଜରଙ୍କ ତାଲିମ ଶିବିର ଆରମ୍ଭ*

*ମାଲକାନଗିରି, ୨୩/୦୩/୨୦୨୬:*

ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା-୨୦୨୭ କୁ ସଫଳ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଆଜି ମାଲକାନଗିରି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମାଲକାନଗିରି ତହସିଲ (ଗ୍ରାମାଞ୍ଚଳ) ଅଧୀନରେ ଥିବା ଏନୁମେରେଟର (ପ୍ରଗଣକ) ଏବଂ ସୁପରଭାଇଜର (ପର୍ଯ୍ୟବେକ୍ଷକ) ମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଥମ ବ୍ୟାଚ୍ ତାଲିମ ଶିବିର ସଫଳତାର ସହ ଶେଷ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା ଜନଗଣନା ଅଧିକାରୀ ମୁନା ତୁରୁକ ଏବଂ ମାଲକାନଗିରି ତହସିଲଦାର ବିଶ୍ୱରଞ୍ଜନ ବିଶ୍ୱାସ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଫିଲ୍ଡ ଟ୍ରେନର ଭାବେ ଭାଗ୍ୟରଞ୍ଜନ ଲେଙ୍କା ଓ ହରପ୍ରସାଦ ମହାପାତ୍ର ଯୋଗଦେଇ ମୋବାଇଲ୍ ଆପ୍ ମାଧ୍ୟମରେ ତଥ୍ୟ ସଂଗ୍ରହର ବୈଷୟିକ କୌଶଳ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ସମଗ୍ର ମାଲକାନଗିରି ଜିଲ୍ଲାରେ ଜନଗଣନା କାର୍ଯ୍ୟ ପାଇଁ ମୋଟ ୧୨୬୯ ଜଣ ଏନୁମେରେଟର ଏବଂ ୨୨୭ ଜଣ ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି। ଆଜି ମାଲକାନଗିରି ତହସିଲ ପାଇଁ ଏହି ପ୍ରଶିକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ପର୍ଯ୍ୟାୟ କ୍ରମେ ଜିଲ୍ଲାର ଅନ୍ୟ ସମସ୍ତ ତହସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଆସନ୍ତା ଏପ୍ରିଲ ୧ ରୁ ଏପ୍ରିଲ ୧୫ ମଧ୍ୟରେ ନାଗରିକମାନେ ନିଜେ se.census.gov.in ପୋର୍ଟାଲରେ ନିଜର ତଥ୍ୟ ପଞ୍ଜିକୃତ କରିପାରିବେ। ଏପ୍ରିଲ ୧୬ ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଶିକ୍ଷିତ ଏନୁମେରେଟର ମାନେ ଘରକୁ ଘର ବୁଲି ଡିଜିଟାଲ୍ ମାଧ୍ୟମରେ ତଥ୍ୟ ସଂଗ୍ରହ କରିବେ।ଏଥର ଜନଗଣନାରେ କୌଣସି କାଗଜ କାର୍ଯ୍ୟ ହେବ ନାହିଁ, ସମସ୍ତ ତଥ୍ୟ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ମାଧ୍ୟମରେ ସଂଗ୍ରହ କରାଯିବ।ଆମର ଜନଗଣନା, ଆମର ବିକାଶ ବାର୍ତ୍ତା ଜରିଆରେ ସଠିକ୍ ଓ ନିରପେକ୍ଷ ତଥ୍ୟ ପ୍ରଦାନ କରି ଦେଶ ଗଠନରେ ସାମିଲ ହେବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ସଠିକ୍ ଜନଗଣନା ହିଁ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ କଲ୍ୟାଣକାରୀ ଯୋଜନାଗୁଡ଼ିକର ରୂପରେଖ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

10
713 views
1 shares

Comment