logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

ଦେବଗଡ଼, ତା. ୨୩/୦୩/୨୦୨୬: – ତିଲେଇବଣି ବ୍ଲକ ତାଲକୁଣ୍ଡି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୪୩ଟି ଅଭିଯୋଗ ଗ୍ରହଣ କରାଯାଇ, ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଗଲା। ତିଲେଇବଣି ବ୍ଲକ ଅନ୍ତର୍ଗତ ତାଲକୁଣ୍ଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୪୩ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯାହାରୁ ୧୭ଟି ବ୍ୟକ୍ତିଗତ ଓ ୨୬ଟି ସାମୁହିକ ଅଭିଯୋଗ ଥିବା ଜଣାପଡିଛି।
ଅଭିଯୋଗଗୁଡିକ ମଧ୍ୟରେ ହାଇଟେକ୍ ପଟ୍ଟା ସଂଶୋଧନ, ପାନୀୟ ଜଳ ନଳକୂପ ସ୍ଥାପନ, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ଲକ୍ଷ୍ମୀ ବସ୍ ଚାଳନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମୋବାଇଲ ନେଟୱାର୍କ ସମସ୍ୟା ଓ ରାସ୍ତା ମରାମତି ସମ୍ପର୍କିତ ବିଭିନ୍ନ ମୁଦ୍ଦା ଉଠିଥିଲା। ଜିଲ୍ଲାପାଳ ଅଭିଯୋଗଗୁଡିକୁ ଗୁରୁତ୍ୱ ସହ ଶୁଣି ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ ଚପରଦାର, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲାପରିଷଦ) ରାଜେନ୍ଦ୍ର କୁମାର ମିଞ୍ଜ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଏସିଏଫ୍ ଅରୁଣ ବେହେରା, ଡେପୁଟି କଲେକ୍ଟର ଅଞ୍ଜୁନୀ କୁଜୁର ଓ ତିଲେଇବଣି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା ସହ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

0
0 views

Comment