ଟାଟା ଷ୍ଟିଲ୍ ମିଡିଆ ମୈତ୍ରୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଶାସନ କୁ ହରାଇ ଟାଟା ଷ୍ଟିଲ ଚାମ୍ପିଅନ।
ଟାଟା ଷ୍ଟିଲ୍ ମିଡିଆ ମୈତ୍ରୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଶାସନ କୁ ହରାଇ ଟାଟା ଷ୍ଟିଲ ଚାମ୍ପିଅନ।
ଯୋଡ଼ା, ୨୩/୦୩: ଟାଟା ଷ୍ଟିଲ୍ ଯୋଡା ଆନୁକୂଲ୍ୟରେ ଏକ-ଦିବସୀୟ ମିଡିଆ ମୈତ୍ରୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସ୍ଥାନୀୟ କେନ୍ଦ୍ରୀୟ ଖେଳ ପଡ଼ିଆଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି। ବଡ଼ବିଲ, କେନ୍ଦୁଝର, କୋଇଡା, ଯୋଡା, ଚମ୍ପୁଆ, ଟାଟା ଷ୍ଟିଲ ଏବଂ ସ୍ଥାନୀୟ ପ୍ରଶାସନ ର ଦଳ ଙ୍କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରଶାସନ ଏକାଦଶକୁ ହରାଇ ଟାଟା ଷ୍ଟିଲ ଏକାଦଶ ଚାମ୍ପିଅନ୍ ହୋଇଛି ।
ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ (ଓଏମ୍ କ୍ୟୁ) ର ମହାପ୍ରବନ୍ଧକ ଦେବାଶିଷ ଜେନା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ ଯୋଡା ଚିଫ୍ ରାଜେଶ କୁମାର, ଖଣ୍ଡବନ୍ଧ ଖଣି ଚିଫ୍ ଜି ଭି ସତ୍ୟନାରାୟଣ, କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ଚିଫ୍ ଦୀପକ ବେହେରା, ମାଙ୍ଗାନିଜ୍ ଖଣି ଚିଫ୍ ଶମ୍ଭୁନାଥ ଝା, ସ୍ଲରି ପାଇପଲାଇନ ଚିଫ୍ ପ୍ରବୀଣ ଶ୍ରୀବାସ୍ତବ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ଏହି ଟୁର୍ଣ୍ଣାମେଣ୍ଟର ଚିତ୍ତାକର୍ଷକ ଏବଂ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ ମ୍ଯାଚ ରେ ପ୍ରଥମେ ବ୍ୟାଟିଂ କରି ପ୍ରଶାସନ ଏକାଦଶ ୭୯ ରନ ର ଟାର୍ଗେଟ ଦେଇଥିଲା I ଏହା କୁ ପିଛା କରି ଟାଟା ଷ୍ଟିଲ ଏକାଦଶ ଦୁଇଟି ବଲ ବାକି ଥାଇ ବିଜୟ ସ୍କୋର ହାସଲ କରିଥିଲା I
ଏହା ପୂର୍ବରୁ, ସେମି ଫାଇନାଲ ମ୍ଯାଚ ରେ ଯୋଡା ଏକାଦଶ ଏବଂ କୋଇଡ଼ା ଏକାଦଶ କୁ ହରାଇ, ଯଥାକ୍ରମେ ଟାଟା ଷ୍ଟିଲ ଏକାଦଶ ଏବଂ ପ୍ରଶାସନ ଏକାଦଶ ଫାଇନାଲ ରେ ପ୍ରବେଶ କରିଥିଲେ I
ସେହିପରି ପ୍ରଥମ ଦୁଇଟି ନକ ଆଉଟ ମ୍ୟାଚ୍ ରେ ବଡବିଲ ଏକାଦଶ ଏବଂ ଚମ୍ପୁଆ ଏକାଦଶ ପରାଜୟ ବରଣ କରି ଟୁର୍ନାମେଣ୍ଟ ରୁ ବାଦ ପଡ଼ିଥିଲେ I
ଟୁର୍ଣ୍ଣାମେଣ୍ଟ ଏବଂ ଫାଇନାଲ୍ ମ୍ୟାଚ୍ ରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିବା ଯୋଗୁଁ ଟାଟା ଷ୍ଟିଲ ଏକାଦଶର ଅଂଶୁମାନ ରାୟ ଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ଭାବେ ପୁରସ୍କୃତ କରଯାଇଥିଲା ।
ମିଡିଆ ମୈତ୍ରୀ କ୍ରିକେଟ କପ୍ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଟାଟା ଷ୍ଟିଲ୍ କ୍ରୀଡ଼ା ମନୋଭାବକୁ ପ୍ରୋତ୍ସାହିତ କରିବାକୁ ପ୍ରତିଶ୍ରୁତିବଦ୍ଧ। କମ୍ପାନୀ ସମସ୍ତ ଅଂଶଗ୍ରହଣକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନଙ୍କ ଉତ୍ସାହ ଏବଂ କ୍ରୀଡ଼ାମନୋଭାବ ପାଇଁ କୃତଜ୍ଞତା ଜ୍ଞାପନ କରିଛି ।
ଏହି ମ୍ୟାଚକୁ ସମସ୍ତେ ମନଭରି ଉପଭୋଗ କରିଥିଲେ ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।