ଘର ଭିତରୁ ୧୮ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର
ଘର ଭିତରୁ ୧୮ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି -୧୮ ବି ଗ୍ରାମର ଏକ ଘର ଭିତରୁ ୧୮ ଫୁଟ ଲମ୍ବା ଏକ ବିରାଟ କିଙ୍ଗ କୋବ୍ରା ସାପ ଉଦ୍ଧାର କରାଯାଇଛି । ସାପଟି ଘର ଭିତରେ ଥାଇ ସଁ ସଁ ଗର୍ଜନ କରିବାରୁ ଆଖପାଖରେ ଥିବା ଲୋକମାନେ ଭୟଭୀତ ହୋଇ କାଲିମେଳା ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସାପ ଧରାଳି ସହାୟତାରେ ବହୁ କଷ୍ଟରେ ଘର ଭିତରୁ ସାପଟିକୁ ଧରିବାରେ ସଫଳ ହୋଇଥୂଲେ
ସୂଚନା ମୁତାବକ, ଏହି ସାପଟି ନିକଟସ୍ଥ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଜଣକ ଘର ଭିତରେ ପଶିଯାଇଥିଲା । ସାପଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିକଟସୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ସାପଟିକୁ ଦେଖୁବାକୁ ଶହ ଶହ ଲୋକ ଏକାଠି ହୋଇଥିବାର ଦେଖା ଯାଇଥିଲା ।