logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଫିଲ୍ମ ଏକାଡେମୀର ବିଶ୍ବ ପଖାଳ ଦିବସ ପାଳନ।

କେନ୍ଦୁଝର ଫିଲ୍ମ ଏକାଡେମୀର ବିଶ୍ବ ପଖାଳ ଦିବସ ପାଳନ।

କେନ୍ଦୁଝର:୨୨/୦୩, କେନ୍ଦୁଝର ଜିଲ୍ଲା ପ୍ରେମ ଲତିକା କଳା ଭବନ ଠାରେ ସ୍ବସ୍ଥି ଫାଉଣ୍ଡେସନ ଓ କେନ୍ଦୁଝର ଫିଲ୍ମ ଏକାଡେମୀର ମିଳିତ ଆହ୍ୱାନ ରେ ବିଶ୍ବ ପଖାଳ ଦିବସ ପାଳିତ ହୋଇ ଯାଇଅଛି ।କେନ୍ଦୁଝର ଫିଲ୍ମ ଏକାଡେମୀର ସଭାପତି ଶ୍ରୀମତୀ ସ୍ମୃତି ବାନାର୍ଜୀଙ୍କ ସଭାପତିତ୍ବ ରେ ଆୟୋଜିତ ସଭାକାର୍ଯ୍ଯ ରେ ମୁଖ୍ଯ ଅତିଥି କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ ହନୁମନ୍ତ ଜୀ, ସ୍ବତନ୍ତ୍ର ଅତିଥି କେନ୍ଦୁଝର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲଳିତ କୁମାର ନାଏକ, ରୋଟାରିଆନ ତଥା ସିଟିଜି ଫାଉଣ୍ଡେସନ ର ପ୍ରତିଷ୍ଠିତା ଶ୍ରୀଯୁକ୍ତ ରାଜେନ୍ଦ୍ର ପଲେଇ, ସମ୍ମାନିତ ଅତିଥି ସ୍ବସ୍ଥି ଫାଉଣ୍ଡେସନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ଓ ପଦ୍ମଲୋଚନ ଦଳେଇ ପ୍ରମୁଖ ମଞ୍ଚାସିନ ହୋଇ ପଖାଳ ଦିବସ ଓ ଓଡ଼ିଆ ଲୋକଙ୍କ ପ୍ରିୟ ପଖାଳ ଖାଦ୍ଯ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଏହା ଆମ ଓଡ଼ିଆ ପରମ୍ପରା ସଂସ୍କୃତି ଓ ଭାଇଚାରା ର ଅନନ୍ଯ ଜୀବନ୍ତ ପ୍ରତିଛବି। ପଖାଳ ଖାଦ୍ଯ ଖାଇବା ଦ୍ବାରା ଆମ୍ଭର ଆତ୍ମାଶାନ୍ତି ଓ ବିଭିନ୍ନ ପ୍ରକାର ଉପକାର ମିଳିଥାଏ। ଏହା ଜଗନ୍ନାଥ ମହାପ୍ରଭୁଙ୍କ ପ୍ରିୟ ଖାଦ୍ଯ ବୋଲି ଅତିଥିଗଣ ବକ୍ତବ୍ଯ ଦେଇ ଥିଲେ। ସଭାକାର୍ଯ୍ଯ କୁ ଅନୁଷ୍ଠାନ ର ସୌମ୍ୟଶ୍ରୀ ଚାଟାର୍ଜୀ ସଂଚାଳନ କରିଥିବା ବେଳେ ଅନୁଷ୍ଠାନ ର ରାଜେଶ ରଣା, ଦେବବ୍ରତ ପାଢୀ, ରାଜଶ୍ରୀ ଭଦ୍ରା, ରାମଚନ୍ଦ୍ର ପତି ପ୍ରମୁଖ ସହଯୋଗ କରିଥିଲେ। ଶିଶୁ କଳାକାର ଖୁସି ଦାସ ଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ ନୃତ୍ଯ ପରିବେଷଣ କରି ଉପସ୍ଥିତ ସମସ୍ତ ସଦସ୍ଯ ମାନଙ୍କ ମନମୁଗ୍ଧ କରିଥିଲେ। ଅନୁଷ୍ଠାନ ର ଶୀତଲ ପତି, ମାମିନା ପୃଷ୍ଟି, ରାଜଶ୍ରୀ ଭଦ୍ରା, ଜୟଶ୍ରୀ ଦାସ, ଚିତ୍ତରଞ୍ଜନ ବିଶ୍ବାଳ, ସୁଭେନ୍ଦୁ ସାମଲ, ମୋନାଲିସା ଦାସ, ରୀତାଞ୍ଜଳୀ ଦେ ଙ୍କ ହାତ ତିଆରି ସୁସ୍ବାଦ ପଖାଳ ଖାଦ୍ଯ ଖାଇ ଆନନ୍ଦ ଲାଭ କରିଥିଲେ।

ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟ।

3
1322 views

Comment