ବୈତରଣୀ ବିହାର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା
ନିର୍ବାଚନ।
ବୈତରଣୀ ବିହାର ସାଂସ୍କୃତିକ ପରିଷଦର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା
ନିର୍ବାଚନ।
କେନ୍ଦୁଝର: ୨୨.୦୩.୨୦୨୬, ଆଜି କେନ୍ଦୁଝର ଗଡ଼ ପୌର ପାଳିକା ଅଧୀନସ୍ଥ ୧୪ ନମ୍ବର ୱାର୍ଡରେ ଅବସ୍ତିତ ବୈତରଣୀ ବିହାର ସାଂସ୍କୃତିକ ପରିଷଦ ର ସାଧାରଣ ପରିଷଦ ର ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ନୀକୁ ସାହୁ ମୁଖ୍ୟ ଅତିଥି ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ କୁମାର ନାୟକ ମୁଖ୍ଯ ବକ୍ତା ହିସାବରେ ଯୋଗ ଦାନ କରିଥିଲେ l ଶ୍ରୀମତୀ ସାହୁ ବୈତରଣୀ ବିହାର ବାସିନ୍ଦା ମାନଙ୍କର ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଉକ୍ତ କଲୋନୀ ର ବିଭିନ୍ନ ସମସ୍ୟା ର ଆସୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି କଲୋନୀର ଡ୍ରେନ୍ ଓ ରାସ୍ତା ପୁନଃନିର୍ମାଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦଲେ l ଉକ୍ତ ସଭାରେ ଡକ୍ଟର କାର୍ତିକ ଚନ୍ଦ୍ର ମିଶ୍ର ଅଧ୍ୟକ୍ଷତା କରିଥିଲେ ଅଭ୍ୟର୍ଥନା ସମିତି ର ଅଧ୍ୟକ୍ଷ ଶ୍ରୀ ନିରୋଦ ଚନ୍ଦ୍ର ବେହେରା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ, ସମ୍ପାଦକ ଶ୍ରୀ ମହେଶ୍ଵର ପାଣିଗ୍ରାହୀ ସଂଗଠନର ଇତିବୃତି ପାଠ କରିଥିଲେ, ପ୍ରତିଷ୍ଠାତା କାର୍ଯ୍ୟକାରୀ ସମିତିର ସମସ୍ତ ସଭ୍ୟମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧନା ପୂର୍ବକ ପୁଷ୍ପ ଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲ l ଶେଷରେ ଉପସଭାପତି ଶ୍ରୀ କୈଳାସ ଚନ୍ଦ୍ର ମିଶ୍ର ଅତିଥି ମାନଙ୍କ ର ଧନ୍ୟବାଦ ଅର୍ପଣ କରିଥିଲେ l ଅଧିବେଶନର ଦିତୀୟ ଭାଗରେ ନିର୍ବାଚନ ଅଧିକାରୀ ଶ୍ରୀ ନାଥ ନାୟକ ଙ୍କ ପରିଚାଳନା ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଏଥିରେ ଶ୍ରୀ ନିରୋଧ ଚନ୍ଦ୍ର ବେହେରା ସଭାପତି, ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ଗୋପିନାଥ ସାହୁ, ସହ ସମ୍ପାଦକ ରଞ୍ଜନ କୁମାର ସାହୁ, କୋଷାଧ୍ଯକ୍ଷ ସୁଶୀଲ କୁମାର ନାୟକ ମନୋନିତ କରାଯାଇଥିଲା l କାର୍ଯ୍ୟକାରୀ ସମିତି ର ସଦସ୍ୟ ରୂପେ ଶ୍ରୀ ନୀଳମଣି ଲେଙ୍କା, ଶ୍ରୀ ଗଦାଧର ସେଠୀ, ଶ୍ରୀ ଅଂଶୁମାନ ମହାପାତ୍ର, ଶ୍ରୀ ଚନ୍ଦ୍ର ଶେଖର ମିଶ୍ର, ଶ୍ରୀ ବିପ୍ଳବ କୁମାର ସାହୁ, ଶ୍ରୀ ଚନ୍ଦ୍ର ଶେଖର ମୁଖାର୍ଜୀ, ଶ୍ରୀ ଅମର ଜ୍ୟୋତି ସାହୁ,ଶ୍ରୀ ଆଶିଷ କୁମାର ସାହୁ, ଶ୍ରୀ ସୁଜିତ କୁମାର ଗୁପ୍ତା, ଶ୍ରୀ ସତ୍ୟ ପ୍ରିୟ ମହାନ୍ତ ମନୋନୀତ ହୋଇଥିଲେ l ଶେଷରେ ସଭାପତି ଙ୍କ ଅଭିଭାଷଣ ପରେ ସଭା ସାଙ୍ଗ କରାଯାଇଥିଲା l
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।