logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭଣ୍ଡା ମଣ୍ଡଳ ବିଜେପି ର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ।

ଭଣ୍ଡା ମଣ୍ଡଳ ବିଜେପି ର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ।

ଚମ୍ପୁଆ -୨୨/୦୩ (ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଠାରେ ଭଣ୍ଡା ମଣ୍ଡଳ ବିଜେପି ର ୨ ଦିନିଆ ପଣ୍ଡିତ ଦିନ ଦୟାଲ ଉପାଧ୍ୟ୍ୟlୟ ପ୍ରଶିକ୍ଷଣ ମହାଭିଯାନ ମଣ୍ଡଳ ସଭାପତି ବୀରେନ୍ଦ୍ର କୁମାର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ, ତଥା ସାଂସଦ ପ୍ରତିନିଧି ଅଗୁନୁ ଚରଣ ମହାନ୍ତ ଯୋଗ ଦେଇ ପ୍ରଶିକ୍ଷଣ ଶିବିରକୁ ଉଦଘାଟିତ କରିଥିଲେ। ସମ୍ମାନିତ ଅତିଥି, ବକ୍ତା ଭାବେ ଚମ୍ପୁଆ ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ପ୍ରଧାନ, କରଞ୍ଜିଆ ମଣ୍ଡଳ ପୂର୍ବତନ ସଭାପତି ସରୋଜ କୁମାର ପ୍ରଧାନ, କ୍ଷେତ୍ରବାସୀ ମହାନ୍ତ ପ୍ରମୁଖ ପ୍ରଥମ ଦିନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ସେହିପରି ଦ୍ୱିତୀୟ ଦିନ ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ, ବିଜେପି ସାଧାରଣ ସମ୍ପାଦକ, ଘଟଗାଁ ସାଂସଦ ପ୍ରତିନିଧି ଅଖିଳ ଚନ୍ଦ୍ର ପାତ୍ରଙ୍କ ସହିତ ବରେଣ୍ୟ ଅତିଥି ଭାବେ ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ଚନ୍ଦ୍ରଗୁପ୍ତ ପ୍ରସାଦ ପ୍ରମୁଖ କାର୍ଯ୍ୟ ବିସ୍ତାର (ସଂଗଠନ ବିସ୍ତାର ଓ ସୁଦୃଢ଼ୀକରଣ), କାର୍ଯ୍ୟ ପଦ୍ଧତି, ବିଜେପି ର ଐତିହାସିକ ଯାତ୍ରା ଏବଂ " ବୁଥ ପରିଚାଳନା ଓ ମନ କି ବାତ ", ବୈଚାରିକ ଅଧିଷ୍ଠାନ ଉପରେ ସବିଶେଷ ତର୍ଜମା କରି ପଣ୍ଡିତ ଦିନ ଦୟାଲଙ୍କ ବିଚାରଧାରା, ଦର୍ଶନ ଉପରେ ଆଲୋକପାତ କରି ତଳ ସ୍ତରରେ ଥିବା ମଣିଷ ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଜନା ପହଞ୍ଚାଇବାକୁ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଦେଶ ଶକ୍ତ ଓ ଆତ୍ମ ନିର୍ଭରଶୀଳ ହେବାକୁ ସାମାଜିକ ଓ ଆର୍ଥିକ ନ୍ୟାୟ ମିଳିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଥମେ ଅତିଥିମାନେ ଭାରତମାତା ଓ ପଣ୍ଡିତ ଦିନଦୟାଲଙ୍କ ଫଟୋ ଚିତ୍ରରେ ଧୂପ, ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭlରମ୍ଭ କରାଯାଇଥିଲା। ଭଣ୍ଡା ମଣ୍ଡଳ ଅନ୍ତର୍ଗତ ଉଚ୍ଚବାଲି, ପଡୁଆ, କାଶିପାଳ ଓ ଭଣ୍ଡା ପଞ୍ଚାୟତରୁ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା, ସଦସ୍ୟ ଯୋଗ ଦେଇ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ବେଳେ ମଣ୍ଡଳ ସାଧାରଣ ସମ୍ପାଦକ ବଳରାମ ନାଏକ, ଦିବାକର ମହାନ୍ତ, ଭୀଷ୍ମ ନାଏକ, ମିଥୁନ ଗିରି, କୋଷାଧକ୍ଷl ଗୀତାରାଣୀ ମହାନ୍ତଙ୍କ ସହିତ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

4
458 views

Comment