logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମିଳନୀ ସାହିତ୍ୟ ସଂସଦରେ ହାସ୍ୟ ବ୍ୟଙ୍ଗ ସାହିତ୍ୟ ଆସର।

ଦୂଷଣ ମୁକ୍ତ ସମାଜ ଗଠନ ରେ ବ୍ୟଙ୍ଗ ର ଭୂମିକା ଅପରିସୀମ
********************************
ମିଳନୀ ସାହିତ୍ୟ ସଂସଦରେ ହାସ୍ୟ ବ୍ୟଙ୍ଗ ସାହିତ୍ୟ ଆସର

କେନ୍ଦୁଝର -୨୨/୩ (ଖଣ୍ଡାଧାର ନିଉଜ) ରବିବାର ଅପରାହ୍ନରେ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ହାସ୍ୟ ବ୍ୟଙ୍ଗ ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ବ ରେ ମିଳନୀ ଭବନ ରେ ଅନୁଷ୍ଠିତ ହୋଇ ଯାଇଛି।
ଲିପିକା ଦାସ ପଟ୍ଟନାୟକ ଙ୍କ ମାଙ୍ଗଳିକ ଗାନ ମଧ୍ୟରେ ଅତିଥିମାନେ ଧୂପ ଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ସମ୍ପାଦକ ଡକ୍ଟର୍ ଚିତ୍ତ ରଞ୍ଜନ ମିଶ୍ର ବ୍ୟଙ୍ଗ ର ଗୁରୁତ୍ଵ ସମ୍ପର୍କ ରେ ଅବହିତ କରିଥିଲେ।
ବିଶିଷ୍ଟ ବ୍ୟଙ୍ଗକାର ଘନଶ୍ୟାମ ବୋଇତେଇ ସମ୍ମାନନୀୟ ଅତିଥିବକ୍ତା ଭାବରେ ଯୋଗଦେଇ ବ୍ୟଙ୍ଗ ର ମହତ୍ତ୍ଵ ପ୍ରତିପାଦନ କରିଥିଲେ।
କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ ଓଡ଼ିଆ ହାସ୍ୟବ୍ୟଙ୍ଗ ସାହିତ୍ୟ ର ପରମ୍ପରା ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଦୁଷଣମୁକ୍ତ ସମାଜ ଗଠନ ରେ ବ୍ୟଙ୍ଗ ର ଭୂମିକା ଅପରିସୀମ ବୋଲି ମତ ପୋଷଣ କରିଥିଲେ।
କବୟିତ୍ରୀ ଶ୍ରୀମତୀ ସୁଭଦ୍ରା ମହାନ୍ତ ଙ୍କ ସଂଯୋଜନା ରେ ଗୀତାରାଣୀ ଦାଶ,ମମତା ରାଣୀ ଦାସ, ଇନ୍ଦୁମତି ପାତ୍ର, ବୀଣାପାଣି ଜେନା, ଶୋଭନା ଜେନା,ଉମାକାନ୍ତ ବେହେରା, ନରହରି ମିଶ୍ର, ଭରତ ଚନ୍ଦ୍ର ପାତ୍ର, ଧ୍ରୁବାନନ୍ଦ ରାଉତ, ରୂପଶ୍ରୀ ଗନ୍ତାୟତ, ଡାକ୍ତର ଭାରତୀ ମହାପାତ୍ର, ଭାବିପ୍ରିୟା ସାହୁ, ଦେବଦତ୍ତ ଦେହୁରୀ,ପ୍ରାଧ୍ୟାପକ ଜଗନ୍ନାଥ ଜେନା, କୃଷ୍ଣ ପ୍ରସାଦ ମିଶ୍ର,ହରେକୃଷ୍ଣ ବେଜ, ଡାକ୍ତର ମଦନ ମୋହନ ମହାପତ୍ର, ଫକୀର ମୋହନ ମହାନ୍ତ, ବସନ୍ତ କୁମାର ରାଉତ, ପ୍ରତାପ କର୍ମକାର ପ୍ରମୁଖ ବହୁ କବି କବିତା ଆବୃତ୍ତି କରିଥିଲେ। ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଖଣ୍ଡାଧାର ନିଉଜ- ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

17
847 views

Comment