logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ୱଯୁବ କେନ୍ଦ୍ର ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ

ଅନୁଗୋଳ (କରୁଣାକର ନାୟକ )23/3 ବିଶ୍ୱ ବନ ଦିବସ ଓ ବିଶ୍ଵ ଯୁବ କେନ୍ଦ୍ର ର 40 ତମ ସେବା ବର୍ଷ ଉପଲକ୍ଷେ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରପୁର ବନ ସୁରକ୍ଷା ସମିତି ଠାରେ ଜଙ୍ଗଲ ସୁରକ୍ଷା, ଅର୍ଥ ଓ ଜୀବନ ଜୀବିକା ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମ ରେ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର, ଆଠମଲ୍ଲିକ ବନ୍ୟାଞ୍ଚଳ ଅଧିକାରୀ, ସୁନିଲ କୁମାର ସାହୁ ଉପସ୍ଥିତ ରହି ଜଙ୍ଗଲ ର ଭୂମିକା ଓ ଜୀବ ଜନ୍ତୁ ଙ୍କ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ। ଆଠମଲ୍ଲିକ ବନଖଣ୍ଡ ଅଧିନସ୍ତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ବିଶେଷଜ୍ଞ ଗିରିଜା ଶଙ୍କର ଦାସ, ସଭ୍ୟ ସମ୍ପାଦକ ଶ୍ରୀମତୀ କବିତା ସାହୁ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଉପରେ ନିର୍ଭରଶିଳ ବ୍ୟକ୍ତି ମାନଙ୍କର ଜୀବନ ଜୀବିକା ର ଉନ୍ନତି, ବନ୍ୟ ପ୍ରାଣୀ ମାନଙ୍କର ବାସସ୍ଥାନ, ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଉପରେ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ପୁଙ୍ଖନୁ ପୁଙ୍ଖ ଭାବରେ ବୁଝାଇ ଥିଲେ। ପ୍ରକୃତି ପ୍ରଦତ୍ତ ଜଙ୍ଗଲ ରୁ ଜଙ୍ଗଲ ନିକଟରେ ବସବାସ କରୁଥିବା ପରିବାରକୁ ମିଳୁଥିବା ଆର୍ଥିକ ସହାୟତାରେ ଲକ୍ଷ ଲକ୍ଷ ଗରିବ ପରିବାର ପୋଷଣ ହେଉଥିବା ଏକ ଚିତ୍ର ଉପସ୍ଥାପନ କରାଯାଇଥିଲା। ସମସ୍ତ ଗ୍ରାମ ବାସି ଜଙ୍ଗଲ ସୁରକ୍ଷା ପ୍ରତି ଯତ୍ନବାନ ହେବେ ବୋଲି ଏକ ଶପଥ ପାଠ କରିଥିଲେ।ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଠମଲ୍ଲିକ କ୍ଷେତ୍ର ପରିଚାଳନା ଏକକ ର ସହଯୋଗୀ ସଂସ୍ଥା ବିଶ୍ଵ ଯୁବ କେନ୍ଦ୍ରର ଟିମ୍ ଲିଡର ସୁମିତ କୁମାର ବଳିୟାରସିଂ, ବିକାଶ ଅଧିକାରୀ ଶ୍ୱେତାମ୍ବର୍ ମଲ୍ଲିକ, ଗୁଲସନ ମାଝୀ, ଓ ବନ ସହାୟକ ଅଳକା ଜାନି କାର୍ଯ୍ୟକ୍ରମକୁ ପରିଚାଳନା ସହିତ ସମସ୍ତ ସହଯୋଗ କରିଥିଲେ।

93
2784 views

Comment