logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ଲାଷ୍ଟିକମୁକ୍ତ ସାତକୋଶିଆ ରାମସର୍ ସାଇଟ୍ କାର୍ଯ୍ଯକ୍ରମ ଶୁଭାରମ୍ଭ” ପ୍ରଥମ ଦିନରେ ୧ କୁଇଣ୍ଟାଲ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ ଓ ପୁନଃଚକ୍ରଣ ପାଇଁ ଜମା ଦିଆଗଲା

ଅନୁଗୋଳ (କରୁଣାକର ନାୟକ )23/3
ପ୍ଲାଷ୍ଟିକର ବହୁଳ ଏବଂ ଅନିୟନ୍ତ୍ରିତ ବ୍ଯବହାର ସାତକୋଶିଆ ଗଣ୍ଡକୁ ନକରାତ୍ମକ ଭାବେ ପ୍ରଭାବିତ କରି ଚାଲିଛି । ବିଶେଷ କରି ସାମ୍ପ୍ରତିକ ସମୟରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ବର୍ଜ୍ଯବସ୍ତୁ ଗୁଡିକ ସାତକୋଶିଆ ଗଣ୍ଡର ଜଳଜ ଜୈବବିବିଧତା ଓ ବନ୍ଯ ଜୈବବିବିଧତାର ଗୁରୁତ୍ବକୁ ନଷ୍ଟ କରୁଛି । ଯାହା ଦ୍ବାରା ବନିକେୟୀ ପୀଠ ଓ ଟିକରପଡା ଭଳି ଗୁରୁତ୍ବପୂର୍ଣ୍ଣ ପର୍ଯ୍ଯଟନ ସ୍ଥଳୀ ଗୁଡିକ ଦ୍ରୁତ ଗତିରେ ପ୍ରଦୂଷିତ ହେଉଛି, ଚାରିଆଡେ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନାରେ ଭର୍ତ୍ତୀ ହୋଇ ପରିସଂସ୍ଥାର ଗୁରୁତ୍ବ ହାନୀ ହେଉଛି । ଏହି ସମସ୍ଯାକୁ ହୃଦୟଂଗମ କରି ଅନୁଗୋଳର ସାମାଜିକ ଅନୁଷ୍ଠାନ “ସାଥୀ ପରିବାର”, ଆଠମଲ୍ଲିକର “ସମାଧାନ ଶିକ୍ଷାନିକେତନ” ଏବଂ ସେକେଣ୍ଡ ଲାଇଟ୍ ୟୁଥ୍ ଆସୋସିଏସନ ପକ୍ଷରୁ “ପ୍ଲାଷ୍ଟିକମୁକ୍ତ ସାତକୋଶିଆ ରାମସର୍ ସାଇଟ୍” କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି । ଆଜି ବିଶ୍ବ ଜଳ ଦିବସ ଅବସରରେ ଏହି କାର୍ଯ୍ଯକ୍ରମର ଶୁଭ ଆରମ୍ଭ କରାଯାଇ ପ୍ରଥମ ଦିନରେ ୧ କୁଇଣ୍ଟାଲ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା । ସଂଗୃହୀତ ସମସ୍ତ ପ୍ଲାଷ୍ଟିକ ଆବର୍ଜନାକୁ ପୁନଃଚକ୍ରଣ ପାଇଁ ଆଠମଲ୍ଲିକ ସ୍ଥିତ କବାଡି କେନ୍ଦ୍ରରେ ଜମା କରାଯାଇଥିଲା । ସାଥୀ ପରିବାର ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ପ୍ରଧାନଂକ ନେତୃତ୍ବରେ ଆଜିର ପ୍ଲାଷ୍ଟିକ ସଂଗୃହୀତ କାର୍ଯ୍ଯକ୍ରମରେ ବନ୍ତଳାର ନାରୀନେତ୍ରୀ ଲିପି ସାହୁ, ସମାଧାନ ପରିବାରର ନିର୍ଦ୍ଦେଶକ ବିନୟ କୁମାର ପଟ୍ଟନାୟକ, ଗୁରୁଜୀ ନରହରି ପ୍ରଧାନ, ଗୁରୁମା ପ୍ରଭାତ ନଳିନୀ କ୍ଷେତ୍ତୀ, ଚିନ୍ମୟୀ କ୍ଷେତ୍ତୀ, ସସ୍ମିତା ଭୁକ୍ତା, ପ୍ରଭାତୀ ବେହେରା, ସେକେଣ୍ଡ ଲାଇଟ୍ ୟୁଥର ସଭାପତି ପ୍ରଦୀପ୍ କୁମାର ସାହୁ, ସୌଭାଗ୍ଯ ସାହୁ, ସାଥୀ ପରିବାର ଅନୁଷ୍ଠାନର ଗୁରୁଦେବ ସାହୁ, ପିଣ୍ଟୁ ବେହେରା, ସୌମ୍ଯରଂଜନ ଥମ୍ବ, ସ୍ବରୂପଦୀପ୍ ସିହ୍ନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ସାତକୋଶିଆ ଗଣ୍ଡକୁ ପ୍ଲାଷ୍ଟିକମୁକ୍ତ ଓ ଅଧିକ ଲୋକାଭିମୁଖୀ ଓ ସୁଦୃଢ ପର୍ଯ୍ଯଟନ ସ୍ଥଳୀ କରିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରି ଏକ ଜନ ଆନ୍ଦୋଳନ ସୃଷ୍ଟି କରାଯିବାକୁ ଅନୁଷ୍ଠାନ ପକ୍ଷରୁ ସ୍ଥିର ହୋଇଥିବା ନେଇ “ସାଥୀ ପରିବାର”ର ସମ୍ପାଦକ ସୁବ୍ରତ କୁମାର ପ୍ରକାଶ କରିଛନ୍ତି । ଏହି ଜନ ଆନ୍ଦୋଳନରେ ସାତକୋଶିଆ ଗଣ୍ଡ ପାର୍ଶ୍ବବର୍ତ୍ତୀ ଗ୍ରାମର ୟୁଥ୍ କ୍ଲବ, ସ୍ବେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରାଯିବାକୁ ମଧ୍ଯ ନିଷ୍ପତ୍ତି ହୋଇଅଛି ।

70
1990 views

Comment