logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ କ୍ରିକେଟର ମହାକୁମ୍ଭ: ଆରମ୍ଭ ହେଲା ଅଣ୍ଡର-୧୬ ଚୟନ ଶିବିର

ମାଲକାନଗିରିରେ କ୍ରିକେଟର ମହାକୁମ୍ଭ: ଆରମ୍ଭ ହେଲା ଅଣ୍ଡର-୧୬ ଚୟନ ଶିବିର
ମାଲକାନଗିରି ଜିଲ୍ଲାରେ କ୍ରିକେଟର ଭବିଷ୍ୟତ ଗଢ଼ିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପିଲାମାନଙ୍କର ପରୀକ୍ଷା ଶେଷ ହେବା ପରେ ଏବେ ଗ୍ରାସରୁଟ୍ ଲେଭଲ୍ ବା ତୃଣମୂଳ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଖୋଜି ବାହାର କରିବା ପାଇଁ ମାଲକାନଗିରିରେ ଅଣ୍ଡର-୧୬ (Under-16) ଚୟନ ଶିବିର ଆୟୋଜିତ ହୋଇଯାଇଛି।
ଏହି ସମ୍ମର କ୍ୟାମ୍ପରେ ସମଗ୍ର ଜିଲ୍ଲାରୁ ପ୍ରାୟ ୧୦୦ରୁ ଅଧିକ କୁନି କ୍ରିକେଟର ଯୋଗ ଦେଇଛନ୍ତି। ଚୟନ ପ୍ରକ୍ରିୟା ପରେ ୫ରୁ ୬ଟି ଟିମ୍ ଗଠନ କରାଯାଇ ସେମାନଙ୍କ ମଧ୍ୟରେ ଲିଗ୍ ମ୍ୟାଚ୍ କରାଯିବ। ଏହି ମ୍ୟାଚ୍ ମାଧ୍ୟମରେ ପିଲାମାନେ ପଡ଼ିଆରେ ଖେଳିବାର ଅଭିଜ୍ଞତା ହାସଲ କରିବେ, ଯାହା ସେମାନଙ୍କୁ ଆଗାମୀ ଦିନରେ କଟକଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତ କରିବ
ତେବେ ଖେଳାଳିଙ୍କ ପାଇଁ ଭିତ୍ତିଭୂମିର ଅଭାବ ଏକ ବଡ଼ ବାଧା ସାଜିଛି। ମାଲକାନଗିରିରେ ଉପଯୁକ୍ତ ଖେଳ ପଡ଼ିଆର ଅଭାବ ଥିବାବେଳେ ବର୍ତ୍ତମାନର ଗ୍ରାଉଣ୍ଡଟି ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବାରୁ ଅଭ୍ୟାସରେ ଅସୁବିଧା ହେଉଛି। ଆଜି ମଧ୍ୟ ପିଲାମାନେ ଟର୍ଫ ଉଇକେଟ୍ ବଦଳରେ ମ୍ୟାଟିଂ ଉଇକେଟରେ ଖେଳିବାକୁ ବାଧ୍ୟ ହୋଇଛନ୍ତି। ଏହି ଅବସରରେ କର୍ମକର୍ତ୍ତାମାନେ ସରକାରଙ୍କୁ ଏକ ସ୍ୱତନ୍ତ୍ର କ୍ରିକେଟ୍ ଏକାଡେମୀ ଓ ଖେଳ ପଡ଼ିଆ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି।
ଆୟୋଜକଙ୍କ କହିବା ଅନୁଯାୟୀ, ବାଲିମେଳା, ଚିତ୍ରକୋଣ୍ଡା ଓ ମାଥଲି ଭଳି ଅଞ୍ଚଳରୁ ପିଲାମାନେ ନ ଆସିବା ଚିନ୍ତାର ବିଷୟ। ଯଦି ସେହି ଅଞ୍ଚଳରୁ ଖେଳାଳି ଆସିଥାନ୍ତେ, ତେବେ ଏହି ଶିବିରରେ ୧୫୦ରୁ ଅଧିକ ପିଲା ଯୋଗ ଦେଇଥାନ୍ତେ।
ଯଦି ସଠିକ୍ ସୁବିଧା ଓ ପ୍ରଶିକ୍ଷଣ ମିଳେ, ତେବେ ଏହି ମାଲକାନଗିରି ମାଟିରୁ ମଧ୍ୟ ଆଗାମୀ ଦିନରେ IPL କିମ୍ବା ଆନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବେ ବୋଲି ଆଶା କରାଯାଉଛି।

20
2992 views

Comment