logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ୱ ବନ ଦିବସ ୨୦୨୬ ପାଳିତ।

ବିଶ୍ୱ ବନ ଦିବସ ୨୦୨୬ ପାଳିତ।

କେନ୍ଦୁଝର,୨୧।୦୩ : କେନ୍ଦୁଝର ବନଖଣ୍ଡ ଦ୍ୱାରା ଆୟୋଜିତ ବିଶ୍ୱ ବନ ଦିବସ କେନ୍ଦୁଝର ସହରର ଅଡିଟୋରିୟମ ଠାରେ ମହାସମାହାରରେ ପାଳିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା, ଆଇଏଏସ ପ୍ରବେସନର ପୱନ ସିଂ, ଆଇପିଏସ ପ୍ରବେସନର ଶୁଭସ୍ନିଗ୍ଧା ସେଠୀ, ସହକାରୀ ବନ ସଂରକ୍ଷକ
ଆଇଏଫଏସ ପ୍ରତୀକ ପ୍ରକାଶ ଇନ୍ଦଲକର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଓ ଅର୍ଥନୀତି ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଜଙ୍ଗଲ ସୁରକ୍ଷା କରି ଲୋକଙ୍କର ଅର୍ଥନୀତି କିପରି ବୃଦ୍ଧି କରାଯାଇପାରିବ, ସେ ଦିଗରେ ଆଲୋଚନା ହୋଇଥିଲା । ଜଙ୍ଗଲ ହେଉଛି ଆମ ଜୀବନର ଆଧାର, ଆମ ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲ ଆମକୁ ଅମ୍ଳଜାନ ଦେଉଛି, ଖାଦ୍ୟ ଯୋଗାଉଛି । ଜଙ୍ଗଲ ପାଇଁ ସମଗ୍ର ପ୍ରାଣୀ ଜଗତ ସୁରକ୍ଷିତ ରହିପାରୁଛି l ଏଥିପାଇଁ ଜଙ୍ଗଲକୁ ସୁରକ୍ଷିତ ରଖି ଆମେ କିପରି ନିଜର ଅର୍ଥନୀତି ମଜବୁତ କରିପାରିବା, ସେ ନେଇ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବନୀକରଣ ରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀ, ବନ ସୁରକ୍ଷା ସମିତିର ସଦସ୍ୟ, ସରପଞ୍ଚ ସମେତ ବନବିଭାଗ ର ଅଧିକାରୀ, କର୍ମଚାରୀ ଓ ପରିବେଶବିତ ମାନେ ଉପସ୍ଥିତ ଥିଲେ ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

6
645 views

Comment