logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଓଡ଼ିଆ ଭାଷା ସାହିତ୍ୟ ଗବେଷକଙ୍କ ଆଗମନ।

ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ଓଡ଼ିଆ ଭାଷା ସାହିତ୍ୟ ଗବେଷକଙ୍କ ଆଗମନ।

-ଖୁବ୍ ଶୀଘ୍ର ପ୍ରକାଶ ପାଇବ ଭୁୟାଁ ମେଳିର ସର୍ଦ୍ଦାର ରତନା ନାୟକ ଏବଂ ଧରଣୀଧର ଭୂୟାଁଙ୍କ ଉପରେ ଦୁଇଟି ଗବେଷଣାଧର୍ମୀ ପୁସ୍ତକ

-ପ୍ରକାଶ ପାଇବାକୁ ଯାଉଛି " କିମ୍ବଦନ୍ତୀରେ ମହିମାମୟୀ ମାଆ ତାରିଣୀ " ପୁସ୍ତକ

-ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ଜିଲ୍ଲା ଅଧିକାରୀଙ୍କୁ ଭେଟିଲେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର

କେନ୍ଦୁଝର,ଝୁମ୍ପୁରା-୨୨/୦୩ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ହେଉଛି ଓଡ଼ିଶାର ମୁଖଶାଳା। କେନ୍ଦୁଝର ଜିଲ୍ଲାର ବିକାଶ ହେଲେ ଓଡ଼ିଶାର ବିକାଶ ହୋଇପାରିବ। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଏହି ଜିଲ୍ଲାରେ ଭରପୁର ହୋଇ ରହିଛି ବୋଲି ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର ଜିଲ୍ଲାପାଳଙ୍କୁ ଭେଟି କହିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କୁ ପଣ୍ଡିତ ମହାପାତ୍ର" ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ: ମୋହନ ଚରଣ" ପୁସ୍ତକ ଅର୍ପଣ ପୂର୍ବକ ଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା ଇତିହାସ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରଚିତ ସୁଦୀର୍ଘ ସାଧନା ପ୍ରସୂତ ଜୀବନୀ ପୁସ୍ତକ ଦେଖି ଓ ପଢ଼ି ଜିଲ୍ଲାପାଳ ବିଶାଲ ସିଂହ ଅଭିଭୂତ ହେବା ସହିତ ପଣ୍ଡିତଙ୍କ ସାହିତ୍ୟ ସାଧନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ଡିତ ଦୈତ୍ୟାରି ମହାପାତ୍ର କହିଥିଲେ , " ଖୁବ୍ ଶୀଘ୍ର ପ୍ରକାଶ ପାଇବ ଭୁୟାଁ ମେଳିର ସର୍ଦ୍ଦାର ରତନା ନାୟକ ଏବଂ ଧରଣୀଧର ଭୂୟାଁଙ୍କ ଉପରେ ଦୁଇଟି ଗବେଷଣାଧର୍ମୀ ପୁସ୍ତକ। ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ପଣ୍ଡିତ ମହାପାତ୍ର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ପ୍ରମୁଖଙ୍କ ସହିତ ସାକ୍ଷାତ୍ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉପରେ ରଚିତ ଜୀବନୀ ପୁସ୍ତକ ଅର୍ପଣ କରିଥିଲେ। ତାପରେ ବୁଦ୍ଧିଜୀବୀ ଏବଂ ସାରସ୍ଵତ ସାଧକ ଓ ବିଶିଷ୍ଟ ସମାଜସେବୀମାନଙ୍କ ସହିତ ପଣ୍ଡିତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ଜନ୍ମସ୍ଥାନ ରାଇକଳା ଅଭିମୁଖେ ଗମନ କରିଥିଲେ। କେନ୍ଦୁଝର ସହର ମହକୁମାର ଝୁମ୍ପୁରା ଅନ୍ତର୍ଗତ ରାଇକଳା ଏକ ଗାଁ । ଗାଁର ଲୋକଜୀବନ ଅତ୍ୟନ୍ତ ସରଳ ଓ ନିଷ୍କପଟ। ୧୯୭୨ ମସିହା ଜାନୁୟାରୀ ୦୬ ତାରିଖ ଦିନ ଏହି ଗ୍ରାମରେ ଓଡ଼ିଶାର ପଞ୍ଚଦଶ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଜନ୍ମ। ମାଆ ନାଶ ମାଝୀ ଅତ୍ୟନ୍ତ ଶାନ୍ତ, ସରଳ ଓ ଧର୍ମପ୍ରାଣା। ଗତ ଗୁରୁବାର ସକାଳ ୯ ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହପାଠୀମାନଙ୍କ ସହିତ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ତଥା ବିଶିଷ୍ଟ ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ର ପହଞ୍ଚିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ମାଆ ନାଶ ମାଝୀଙ୍କୁ ଅର୍ପଣ କରିଥିଲେ ପୁଅ ଲୋକପିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପରେ ଗବେଷଣାଧର୍ମୀ ଜୀବନୀ ପୁସ୍ତକ " ଓଡ଼ିଶା ପ୍ରଗତିର ସାଥୀ ଓ ସାରଥୀ : ମୋହନ ଚରଣ" । ତାପରେ ରାଇକଳା ପିଏମଶ୍ରୀ ଗ୍ରା ପ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋଚନ ମହାନ୍ତଙ୍କ ସମେତ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଲେଖକ ପଣ୍ଡିତ ମହାପାତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ। ଏହିଠାରେ ୧୯୭୬ ମସିହାରୁ ୧୯୮୦ ପର୍ଯ୍ୟନ୍ତ ମୋହନଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା। ୧୯୮୧ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ରାଇକଳା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠ ପଢିଥିଲେ। ୧୯୮୪ ରୁ ୧୯୮୭ ମସିହା ପର୍ଯ୍ୟନ୍ତ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟରେ ପାଠ ପଢି କୃତିତ୍ଵର ସହ ମ୍ୟାଟ୍ରିକ ପାସ କରିଥିଲେ ମୋହନ ଚରଣ । ସେହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ପଣ୍ତିତ ମହାପାତ୍ର ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ। ପ୍ରଧାନ ଶିକ୍ଷକଙ୍କ ସମେତ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ଦେଖି ଅତ୍ୟନ୍ତ ଖୁସି ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରବନ୍ଧୁ ବାଗଲ ଚରଣ ବ୍ରହ୍ମ, ଗଣେଶ୍ୱର ମହାନ୍ତ ପ୍ରମୁଖ ପୁସ୍ତକର ଲେଖକ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କୁ ବୁଲାଇ ବିଦ୍ୟାଳୟ ପରିସର ବୁଲାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ଛାତ୍ର ଜୀବନର ଅଭୁଲା ସ୍ମୃତି ବିଷୟରେ କହିଥିଲେ । ତାପରେ ଝୁମ୍ପୁରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଉପସ୍ଥିତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତଙ୍କୁ ଶ୍ରୀ ମହାପାତ୍ର " ଓଡ଼ିଶା ପ୍ରଗତିର ସାଥୀ ଓ ସାରଥି ମୋହନ ଚରଣ" ପୁସ୍ତକ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାଲ୍ୟବନ୍ଧୁ ତଥା ଭାତ୍ରୁବତ୍ସଳ ବିଶିଷ୍ଟ ସମାଜସେବୀ ଗଣେଶ୍ୱର ମହାନ୍ତ, ବାଗଲ ଚରଣ ବ୍ରହ୍ମ, କୃଷ୍ଣ ଚରଣ ମହାନ୍ତ, ନାରାୟଣ ଦେଓ, ସମାଜ ସଂସ୍କାରକ ତୁଳସୀରାମ ଜଗତ, ଖଣ୍ଡାଧାର ଖବରକାଗଜର ପରିଚାଳନା ସମ୍ପାଦକ ଡମ୍ବରୁଧର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୀବନାଦର୍ଶର ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଲେଖକଙ୍କ ସହିତ ଆଲୋଚନା କରିଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତ , ରାଇକଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋଚନ ମହନ୍ତ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଡମ୍ବରୁଧର ମହାନ୍ତ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉପରେ ସର୍ବ ପ୍ରଥମ ଗବେଷଣାଧର୍ମୀ ଜୀବନୀ ପୁସ୍ତକ ରଚନା କରି ପ୍ରକାଶ କରିଥିବାରୁ ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ତାପରେ ଶ୍ରୀ ମହାପାତ୍ର ଘଟଗାଁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ବାରାଳ ଏବଂ ଇଲେକ୍ଟ୍ରିକାଲ ଏସଡିଓ ରଣଜିତ୍ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ଉପରେ ରଚିତ ଜୀବନୀ ପୁସ୍ତକ ଅର୍ପଣ କରି ଘଟଗାଁବାସିନୀ ମାଆ ତାରିଣୀଙ୍କ ଦିବ୍ୟ ସନ୍ଧ୍ୟା ଆଳତି ଦର୍ଶନ କରି ଖୁବ୍ ଶୀଘ୍ର " କିମ୍ବଦନ୍ତୀରେ ମହିମାମୟୀ ମାଆ ତାରିଣୀ " ପୁସ୍ତକ ପ୍ରକାଶ ପାଇବ ବୋଲି କହିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବରାଳ ଏ ଦିଗରେ ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

6
2854 views

Comment