logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖବର ଆଜିର, ୨୨ ମାର୍ଚ୍ଚ, ରବିବାର

*ଖବର ଆଜିର, ୨୨ ମାର୍ଚ୍ଚ, ରବିବାର*
===================
ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

ରାଜ୍ୟରେ ତାପମାତ୍ରା ବୃଦ୍ଧି, ୪୦ ଡିଗ୍ରୀ ଛୁଇଁବ, ଖୁବଶୀଘ୍ର ହେବ ସକାଳୁଆ ସ୍କୁଲ, ମନ୍ତ୍ରୀ କହିଲେ।

ବିଭିନ୍ନ ବିଭାଗରେ ଖାଲିଥିବା ପଦବି ପୂରଣ ପାଇଁ ଆଲୋଚନା। ଜୁନ ଶେଷ ସୁଦ୍ଧା ୨୪,୦୦୦ ପଦବୀ ପୂରଣ ହେବ।

ଆଉ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ହେବେ ନାହିଁ, ଯିଏ ଆସିବେ ମୂଳରୁ ରେଗୁଲାର ହେବେ, କହିଲେ ସରକାର।

ରାଜ୍ୟସଭା ନିର୍ବାଚନରେ ହ୍ବିପ ନମାନି କ୍ରସ୍‌ ଭୋଟିଂ ଯୋଗୁଁ କାର୍ଯ୍ୟାନୁଷ୍ଠାନ ନେଲା ବିଜେଡି, ୬ ଜଣ ବିଧାୟକ ନିଲମ୍ବିତ।

ବକେୟା ଦରମା, ପରିଚୟ ପତ୍ର ପ୍ରଦାନ, ଦରମା ବୃଦ୍ଧି ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହାର କଲେ ପାଚିକା ମହାସଂଘ।

କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ, ମାର୍ଚ୍ଚ ୨୦ ରୁ ୨୯ ତାରିଖ ଯାଏ ଚାଲିବ।

ସରକାର ପୁଣି ଆରମ୍ଭ କଲେ ରାସ୍ତାରେ ଫାଇନ ଅଭିଯାନ। ପ୍ରଥମ ଦିନରେ କଟିଲା ୧୭ ହଜାର ୮୩୧ ଇ-ଚାଲାଣ।

ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ।

ଓସ୍‌ଜାର ବାର୍ଷିକ ବୈଠକ ଭୁବନେଶ୍ବରସ୍ଥିତ ସାମ୍ବାଦିକ ସଂଘ ପରିସରରେ ଅନୁଷ୍ଠିତ। ୨୦୨୫-୨୬ ଆର୍ଥିକ ବର୍ଷର ଆୟବ୍ୟୟ ଉପସ୍ଥାପନ।

ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଆଗରେ ହଙ୍ଗାମା କରି ଦୁଇ ଜଣ ଗିରଫ ହେଲେ।

କଂଗ୍ରେସ ବରିଷ୍ଠ ନେତା ଜୟଦେବ ଜେନାଙ୍କୁ ଧମକ ଦେଇ ଦୁର୍ବୃତ୍ତ କହିଲେ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଜାତୀୟ ରାଜପଥର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ଆକ୍ରମଣରେ ୱାର୍ଡେନ ସନ୍ୟାସୀ ଦାସଙ୍କ ଶୋଚନୀୟ ମୃତ୍ୟୁ।

ଗଞ୍ଜାମ ଷୋଳଭାଗପେଣ୍ଠ ଗାଁରେ ଏକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ଫେରାର।

କଳାହାଣ୍ଡି ଜିଲ୍ଲା କଲମପୁରରେ ଚୋରା ମଦ ମାଫିଆଙ୍କ ନୂଆ ଉପାୟ। ନମ୍ବର ବିହୀନ ବାଇକରେ ଚାଲାଣ କରୁଛନ୍ତି ମଦ।

ସୁବର୍ଣ୍ଣପୁର, ସୋହେଲା ଗାଁରେ ପୁଅ ମୃତ୍ୟୁର ଅଧ ଘଣ୍ଟା ପରେ ଆଖି ବୁଜିଲେ ମାଆ, ଉଭୟଙ୍କ ମୃତ୍ୟୁ ନେଇ ଗାଁରେ ଶୋକର ଛାୟା।

ଡକ୍ଟର କିରଣ ବେଦୀଙ୍କ ବେଦାନ୍ତ ଝାରସୁଗୁଡ଼ା ଗସ୍ତ। କର୍ମଚାରୀ ଓ ମହିଳା ନେତ୍ରୀଙ୍କୁ ଦେଲେ ଟ୍ରେନିଂ।

ଗଞ୍ଜାମ ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ନଦୀର ଉତ୍ପତ୍ତିସ୍ଥଳ ଦୁଇଟି ଗାଁ ପିଡ଼ିକାରୀ ଓ କସପଙ୍କାରେ ପାଣି ପାଇଁ ହାହାକାର।

ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ୧୪୫୯୭୦ ଟଙ୍କା, ୨୨ କ୍ୟାରେଟ୍‌ ସୁନା ଦର ୧୩୩୮୦୦ ଟଙ୍କା।

କେରଳ ପ୍ରାର୍ଥୀ ତାଲିକାରେ ଅସନ୍ତୁଷ୍ଟ ରାହୁଲ ଗାନ୍ଧୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେ ବୈଠକ।

ଦିଲ୍ଲୀର ରଫି ମାର୍ଗ ସ୍ଥିତ ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ’ (ୟୁଏନଆଇ) କାର୍ଯ୍ୟାଳୟକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ମାନଙ୍କ ବେଆଇନ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣିରୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓହରି ଯାଇଛନ୍ତି।

ମାର୍ଚ୍ଚ ୩୧ ସୁଦ୍ଧା ପାନ୍ -ଆଧାର ଲିଙ୍କ ଶେଷ ତାରିଖ।

ଦେଶରେ ଦୁଇଟି ଜାହାଜ ପହଞ୍ଚିବା ପରେ ୨୦% ବଢ଼ିଲା କମର୍ସିଆଲ୍ ଏଲପିଜି ଯୋଗାଣ।

ରାଜନାଥଙ୍କ ଘୋଷଣା, ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ, ଏନସିସି ର ହେବ ବିସ୍ତାର।

ବିସିସିଆଇ ଉପରେ ବର୍ଣ୍ଣବୈଷମ୍ୟତା ପରି ଗୁରୁତର ଅଭିଯୋଗ ଆଣିଛନ୍ତି ପୂର୍ବତନ ଖେଳାଳି ତଥା ଭାଷ୍ୟକାର ଲକ୍ଷ୍ମଣ ଶିବରାମକୃଷ୍ଣନ୍‌।

ପାକିସ୍ତାନକୁ ସାମରିକ ତଥ୍ୟ ପଠାଉଥିବା ଗୁପ୍ତଚର ଗ୍ୟାଙ୍ଗର ପର୍ଦ୍ଦାଫାଶ, ନାବାଳକଙ୍କୁ କରାଯାଉଥିଲା ବ୍ୟବହାର।

ଇରାନ ଯୁଦ୍ଧରେ ଆମେରିକା କ୍ଷତାକ୍ତ। ୧୬ଟି ବିମାନ ଓ ୪୦୦୦ ହଜାର କୋଟି ହରାଇଲାଣି।

ଇରାନ କହିଲା, ହର୍ମୁଜ ପ୍ରଣାଳୀ ବନ୍ଦ ହୋଇନାହିଁ, ଯିଏ ଅନୁରୋଧ କରୁଛି ତାହା ପାଇଁ ଖୋଲା ଯାଉଛି।

ଭାରତ ମହାସାଗରରେ ସୁଦୂର ଡିଏଗୋ ଗାର୍ସିଆରେ ଇରାନର ଆକ୍ରମଣ, ଏଠାରେ ଆମେରିକା ଓ ବ୍ରିଟେନର ମିଳିତ ଏୟାରବେସ୍।

ଇସ୍ରାଏଲ ଉପରେ କ୍ଲଷ୍ଟର ବୋମାମାଡ଼ କଲା ଇରାନ। ଲୋକେ ଆହତ, ବହୁତଳ ବିଲଡିଂ ଧୂଳିସାତ।

*ଗତବର୍ଷ ଏଇ ସମୟରେ*
ରାଜ୍ୟରେ ୪୬୧୯ଟି ସ୍କୁଲର ମିଶ୍ରଣ, ୪୪ଟି ସ୍କୁଲ ପୁଣି ଖୋଲା ଯାଇଥିଲା।

ଅଷ୍ଟମରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ହରଣ କରିପାରୁ ନାହାଁନ୍ତି, କହିଥିଲା ରିପୋର୍ଟ।

ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମାଙ୍କ ଘରୁ ମିଳିଥିଲା ପୁଳା ପୁଳା ଟଙ୍କା।

ରାଜପଥରେ ଟୋଲ ଦେୟ ଆଗତୁରା ବାର୍ଷିକ ଓ ଆଜୀବନ ଟଙ୍କା ନେଇଯିବାର ଯୋଜନା କରିଥିଲେ ସରକାର।


===================
ଆଜି ବିଶ୍ୱ ଜଳ ଦିବସ

ଆଜି ଜନ୍ମଦିନ: ଜୁଏଲ ଓରାମ, ଟିଭି ସୁନ୍ଦରମ, ସଞ୍ଜୟ କିର୍ଲସ୍କର

ଆଜି ତିରୋଧାନ: ଜେମିନି ଗଣେଶନ

ଇତିହାସରେ ଆଜି: (୧୭୯୪) ଅନ୍ୟ ଦେଶକୁ କ୍ରୀତଦାସ ଚାଲାଣ ରୋକିଲା ଆମେରିକା/ (୧୮୮୮) ଇଂଲିଶ ଫୁଟବଲ ଲିଗ ସ୍ଥାପନ/ (୧୯୫୭) ଭାରତରେ ଶକ କ୍ୟାଲେଣ୍ଡରକୁ ମାନ୍ୟତା ମିଳିଲା/ (୧୯୭୭) ପ୍ରଧାନମନ୍ତ୍ରୀ ପଦରୁ ଇନ୍ଦିରା ଗାନ୍ଧୀଙ୍କ ଇସ୍ତଫା/ (୨୦୨୦) କୋଭିଡ ପାଇଁ ଭାରତରେ ହେଲା କର୍ଫ୍ୟୁ।
===================

6
335 views

Comment