logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗ୍ୟାସ ଲିକ୍ ହୋଇ ଜଳିଗଲା ଘର, ଗୁରୁତର ଅବସ୍ଥାରେ ମହିଳା ମେଡିକାଲରେ ଭର୍ତ୍ତି

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି - ୭୯ ବଜାର ନିକଟରେ ଥିବା ଅଭିଜିତ୍ ଶାହାଙ୍କ ଘରେ ଗ୍ୟାସ ଟାଙ୍କି ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଛି ।

ସୂଚନା ମୁତାବକ, ଘରେ ରୋଷେଇ ଚାଲିଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଘରର ଆସବାବପତ୍ରକୁ ନିଆଁ ଧରିଥିଲା । ଅଗ୍ନିକାଣ୍ଡରେ ମହିଳା ଜଣକ ଗୁରୁତର ଆହତ ହୋଇ ଚିତ୍କାର କରିଥିଲେ ।

ପଡୋଶୀ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏହାସହ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କାଲିମେଳା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା ।


3
235 views

Comment