logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

“32ତମ ଷ୍ଟାର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସ୍ଥାନୀୟ ଷ୍ଟାର କ୍ଲବ ଦ୍ୱାରା ଆୟୋଜିତ 32ତମ ଷ୍ଟାର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ 3 ଦିନ ଧରି ଚାଲିଥିବା ବେଳେ ଓଡିଶା ଟେନିସ କ୍ରିକେଟ୍ ର ବଛା ବଛା 16ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ।

ଫାଇନାଲ ମ୍ୟାଚ୍‌ଟି DADDY XI Jagatsinghpur ଓ SUJIT XI ମଧ୍ୟରେ ଖେଳାଯାଇଥିଲା। ଦୁଇଟି ଲଗାତର ମ୍ୟାଚ୍ ଜିତି DADDY XI Jagatsinghpur ଚମ୍ପିୟାନ ହୋଇଥିବା ବେଳେ SUJIT XI ଉପବିଜେତା ହୋଇଥିଲା। ବିଜେତା ଦଳକୁ ନଗଦ 35,000 ଟଙ୍କା ଏବଂ ଉପବିଜେତା ଦଳକୁ ନଗଦ 25,000 ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେଉଁଝର ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଅଖିଳ ପାତ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଷ୍ଟାର କ୍ଲବର ସଭାପତି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ। କ୍ଲବ୍‌ର ସମ୍ପାଦକ ଧର୍ମେନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲବର ସଦସ୍ୟମାନେ ଯଥା—ମୁନା ପଣ୍ଡା, ସ୍ୱାଧୀନ ରାଉତ, ବିକାଶ ସେଠି, ରାକେଶ ସେଠି, ନିରାକାର ଦଳେଇ, ସାଗର ସେଠି, ଆକାଶ ସେଠି, ଦୀପକ ବେହେରା, ସୌମ୍ୟ ପଣ୍ଡା, ରାଜୁ ରାଉତ, ପିକୁନ ଗିରି, ବସନ୍ତ ସେଠି, ସିଲୁ ନାଏକ, ପାର୍ଥ ରାଉତ, କାଂହା ରାଉତ ଆଦି ସହଯୋଗ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମଟି ଖୁବ ସୁସଂଘଟିତ ଓ ଆକର୍ଷଣୀୟ ଭାବେ ସମ୍ପନ୍ନ ହୋଇଥିଲା।

53
1921 views

Comment