logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅସରାଏ ବର୍ଷାରେ ରାସ୍ତା ଉପରେ ଡ୍ରେନ ପଚା ପାଣି। କେନ୍ଦୁଝରଗଡ଼ ନଗରପାଳିକାର ପାରିବାପଣିଆ ଜଣା ପଡ଼ିଲା।

ଅସରାଏ ବର୍ଷାରେ ରାସ୍ତା ଉପରେ ଡ୍ରେନ ପଚା ପାଣି। କେନ୍ଦୁଝରଗଡ଼ ନଗରପାଳିକାର ପାରିବାପଣିଆ ଜଣା ପଡ଼ିଲା।

କେନ୍ଦୁଝର,ତା୨୧/୩- ଦୁଇ ଦିନ ହେବ କେନ୍ଦୁଝର ସହରରେ ଟିକେ ବର୍ଷା ହେଉଛି ତେଣୁ ଆମ୍ବ ତଥା ଅନ୍ୟାନ୍ୟ ଫଳ ଏଥର ଭଲ ହେବ ବୋଲି ଖୁସି ହେଉଥିବା ବେଳେ ଅଚାନକ ଡ୍ରେନ ପାଣି ବହୁ ସ୍ଥାନରେ ରାସ୍ତାଉପରେ ଉଛୁଳି ପ୍ରବାହିତ ହୋଇ କେନ୍ଦୁଝର ନଗରବାସୀଙ୍କୁ ଦୁଃଖ ଦେଇଛି। ଏହିପରି ସହରର ୧୮ନଂ ୱାର୍ଡ଼ର ଶିଶୁ ମନ୍ଦିର ରାସ୍ତାରେ ପଚା ପାଣି ଡ୍ରେନରୁ ଉଛୁଳି ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା ଯେ ଲୋକେ ତ୍ରାହିତ୍ରାହି ଡାକିଥିଲେ। ପଚା ଗନ୍ଧରେ ଲୋକେ ସେଠାରେ ଅଣନିଶ୍ୱାସୀ ହୋଇଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ କି କେନ୍ଦୁଝର ନଗରପାଳିକା ଏବେ ଦେଶରେ ସବୁଠାରୁ ଚଢ଼ା ହୋଲଡିଂ ଟିକସ ଜବରଦସ୍ତି ନେଉଛି। ଦଶ ବର୍ଷରେ ଦଶ କୋଡ଼ିଏ ଗୁଣ ହୋଲଡିଂ ଟିକସ ବଢିଥିବା ଲୋକେ କହୁଛନ୍ତି। ଏହି ଟିକସ ଟଙ୍କା ନେଇ ନଗରପାଳିକା ହରିଲୁଟ କରି ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଇ ପେଭର୍ସ ବ୍ଲକ ବିଛାଇ ଖାଉ ଥିବା ଆରୋପ ଆସିଛି ଯାହାର ତଦନ୍ତ ହେଲେ ଧରା ପଡ଼ିବ। ତଥାପି ଅଳିଆ ସଫା ହେଉ ନଥିବାରୁ ବିଭିନ୍ନ ସ୍ଥାନରେ ଅଳିଆ ଜମା ହେଉଛି ନହେଲେ ଲୋକେ ବାଧ୍ୟ ହୋଇ ଡ୍ରେନ ଭିତରେ ପକାଇ ଦେଉଛନ୍ତି। ଡ୍ରେନ କଭର ହେବ ପ୍ରେସର ଦେଇ ସଫା ହେବ ବୋଲି ପ୍ରଥମେ ସ୍ଥିର କରାଯାଇଥିବା ବେଳେ ଏବେ ତାହା ପ୍ରହସନ ହୋଇଛି ତେଣୁ ସବୁ ଡ୍ରେନ ଜାମ ରହୁଛି। ସବୁଦିନିଆ ଡ୍ରେନ ସଫେଇ ହୋଇ ଲୋକଙ୍କୁ କୃତ୍ରିମ ବନ୍ୟାରୁ ରକ୍ଷା କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

5
322 views

Comment