logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତୋରାଣି ପୋଖରୀ ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପୋଡିଦେଲେ।

ତୋରାଣି ପୋଖରୀ ଆଶ୍ରମ ସ୍କୁଲରେ ଅମାନୁଷିକ କାଣ୍ଡ, ପ୍ରଥମ ଶ୍ରେଣୀ ଛାତ୍ରକୁ ପୋଡିଦେଲେ।

କେନ୍ଦୁଝର,ତା୨୧/୦୩- ଘଟଗାଁ ଥାନା ଅନ୍ତର୍ଗତ ତୋରାଣିପୋଖରୀ ଆଶ୍ରମ ସ୍କୁଲରେ ଗତକାଲି ରାତିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଗତକାଲି ରାତିରେ ପିଲାମାନେ ଖାଇବାପରେ ଗୋଟେ ପ୍ରଥମ ଶ୍ରେଣୀର ଛାତ୍ର ସତ୍ୟବାନ ମୁଣ୍ଡା (୭)କୁ ଉକ୍ତ ଆଶ୍ରମ ସ୍କୁଲର ତୃତୀୟ ଓ ଚତୁର୍ଥ ଶ୍ରେଣୀର ପିଲାମାନେ ଅମାନୁଷିକ ଭାବେ ପୋଡି ଦେଇଛନ୍ତି। ସେହି ସମୟରେ ଆଶ୍ରମ ସ୍କୁଲର ରାତ୍ର ଜଗୁଆଳି ମଦ ନିଶାରେ ଚୁର୍ ଥିଲା। ବିଚାର ସତ୍ୟବାନର ଆଖି, ଗୁପ୍ତାଙ୍ଗ ଓ ଶାରୀରର ବିଭିନ୍ନ ସ୍ଥାନକୁ ପୋଡିଦିଆ ଯାଇଛି। ଆଜି ସକାଳେ ପିଲାଟିକୁ ସ୍ଥାନୀୟ କ୍ଲିନିକରେ ପ୍ରଧାନଶିକ୍ଷକ ଚିକିତ୍ସା କରାଇ ତା' ବାପାକୁ ଖବର ଦେଇଥିଲେ। ପିଲାଟିର ବାପାଙ୍କ ନାମ ବିଜୁ ମୁଣ୍ଡା ଓ ମାଆ ନାମ ତୁଳସୀ ମୁଣ୍ଡା। ତାଙ୍କ ଘର ପାଟଣା ବ୍ଲକ, ଘଟଗାଁ ଥାନା ଅନ୍ତର୍ଗତ ଡ଼ୁମୁରିଆ ପଞ୍ଚାୟତର ବାଇଦବଜା ଗ୍ରାମରେ। ଖବରପାଇ ପିଲାଟିର ବାପା ଆସି ପୁଅକୁ ନେଇ ପାଟଣା ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଥିଲେ। ତେବେ ଏ ସଂକ୍ରାନ୍ତରେ ପାଟଣା ଡାକ୍ତର ସ୍ଥାନୀୟ ପୋଲିସକୁ ଅବଗତ କରାଇଥିଲେ। ଫଳରେ ପାଟଣା ପୋଲିସ ଘଟଗାଁ ଥାନା ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଜଣାଇଛନ୍ତି। ବର୍ତ୍ତମାନ ପିଲାଟିକୁ ତା' ବାପାମାଆ ଘଟଗାଁ ଥାନା ଅଧିକାରୀଙ୍କ ନିକଟରେ ରଖିଛନ୍ତି। ପିଲାଟିର ଅବସ୍ଥା ଗୁରୁତର ଅଛି ବୋଲି ଜଣାଯାଇଛି। କାହିଁକି ତା'କୁ ଅନ୍ୟ ପିଲାମାନେ ପୋଡ଼ି ମାରୁଥିଲେ ଏ ସଂକ୍ରାନ୍ତରେ ପ୍ରଧାନଶିକ୍ଷକ ବି ଅବଗତ ନୁହଁନ୍ତି। ଏ ଘଟଣା ଘଟିବାପରେ ବର୍ତ୍ତମାନ ଅନ୍ୟ ଛାତ୍ରମାନେ ଭୟଭୀତ ହେବା ସହିତ ଅଭିଭାବକ ମହଲରେ ଛନକା ପଶିଯାଇଛି। ଘଟଗାଁ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
732 views

Comment