logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ଲାଗି ଚତ୍ରୁର୍ଥ ଗ୍ରାମ ସଭା।

ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ଲାଗି ଚତ୍ରୁର୍ଥ ଗ୍ରାମ ସଭା।

ପାଟଣା :୨୧/୦୩, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମର ସ୍କୁଲ ପାଖ ପଡିଆ ଠାରେ ସମନ୍ନୀତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଚେମଣା ସରପଞ୍ଚ ହେମଳତା ନାଏକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଗ୍ରାମସଭାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ମନୋଜ କୁମାର ମହାନ୍ତ, ୱାର୍ଡ ମେମ୍ବର ଜାନକୀ ନାଏକ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଇଡ଼କୋ ଭୁଅର୍ଜନ ଅଧିକାରୀ ଜୟକୃଷ୍ଣ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଗ୍ରାମସଭାରେ ଜମିହରା ଧନୁର୍ଜୟପୁର ଗ୍ରାମବାସୀ ୩୭ ଦଫା ଦାବୀ ନେଇ ସର୍ତ୍ତମୂଳକ ଦାବିପତ୍ର ଇଡ଼କୋ ଭୁଅର୍ଜନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତରେ ଦିବା୧୦.୩୦ ଘଟିକା ସମୟରେ ଅନୁଷ୍ଠିତ ଗ୍ରାମସଭା ସୁରୁଖୁରୁରେ ସରିଥିବା ବେଳେ ଗ୍ରାମସଭା ପୂର୍ବରୁ ଧନୁର୍ଜୟପୁର ଗ୍ରାମ କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ଏକାଠି ହୋଇ ଜିନ୍ଦଲ ହଟାଓ ଭିଟାମାଟି ବଞ୍ଚାଓ, ଜିନ୍ଦଲ ସହ ହୋଇଥିବା ବୁଝାମଣାପତ୍ର ଏମ ଓ ୟୁ ରଦ୍ଧ କର ଆଦି ନାରା ଦେଇ ପ୍ଲାକାର୍ଡ ବ୍ୟାନର ଧରି ବିରୋଧ କରିଥିବା ଜଣାପଡିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

14
760 views

Comment