ଆଦର୍ଶ ଶିକ୍ଷକ ଙ୍କ ଅକାଳ ବିୟୋଗ।
ଆଦର୍ଶ ଶିକ୍ଷକ ଙ୍କ ଅକାଳ ବିୟୋଗ।
-----------------------------------------.
କେନ୍ଦୁଝର,୨୦/୦୩ (ଖଣ୍ଡାଧାର ନିଉଜ) ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସନ୍ତୋଷୀ ମା ଆଞ୍ଚଳିକ ବିଦ୍ୟାଳୟ, ଝାରବେଲଦା ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତ ସୋମ ଅଲ୍ଟିମେଣ୍ଟ ଡାକ୍ତର ଖାନା, ଭୁବନେଶ୍ୱର ଠାରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇ ଯାଇଛି। ମସ୍ତିଷ୍କ ଜନିତ ରୋଗରେ ଫେବୃୟାରୀ ତିନି ତାରିଖରୁ ସେ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସକଳ ପ୍ରୟାସ ସତ୍ତ୍ୱେ ୧୯ ତାରିଖ ପ୍ରତ୍ୟୁଷ ରୁ ତାଙ୍କ ମହାପ୍ରୟାଣ ଘଟିଲା। ସ୍ୱର୍ଗତଃ ମହାନ୍ତଙ୍କ ମର ଶରୀର ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ କର୍ମସ୍ଥଳି ସନ୍ତୋଷୀ ମା ଉଚ୍ଚ ବିଦ୍ୟାଳୟ କୁ ଅଣାଯାଇଥିଲା। ତାଙ୍କ ମର ଶରୀର କୁ ଅନ୍ତିମ ଦର୍ଶନ କରିବା ପାଇଁ ଆଖ ପାଖ ଅଞ୍ଚଳ ରୁ ହଜାର ହଜାର ଲୋକେ ଏକତ୍ରିତ ହୋଇ ଥିଲେ। ବିଦ୍ୟାଳୟ ର ସହକର୍ମୀ, ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ ଓ ତାଙ୍କର ପ୍ରିୟ ଛାତ୍ରଛାତ୍ରୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ପ୍ରିୟ ଗୁରୁଜୀ ଙ୍କୁ ବିଦାୟ ଦେଇ ଥିଲେ। ସ୍ୱର୍ଗତଃ ମହାନ୍ତ ଏକା ଧାରରେ ଜଣେ ଆଦର୍ଶ ଶିକ୍ଷକ, ଉତ୍ତମ ସଂଗଠକ, ଛାତ୍ର ବତ୍ସଳ ଓ ଅଞ୍ଚଳ ବାସୀ ଙ୍କ ନିକଟରେ ଅତି ପ୍ରିୟ ଭାଜନ ହୋଇ ଥିଲେ। ତାଙ୍କ ଶାନ୍ତ ସରଳ ସ୍ଵଭାବ ଓ ମିଷ୍ଟଭାଷୀ ଭାବେ ଉକ୍ତ ଅଞ୍ଚଳ ରେ ସର୍ବ ବିଦିତ ଥିଲେ। ୧୯୮୩ ମସିହାରୁ ଏହି ବିଦ୍ୟାଳୟ ରେ ନୀରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଥିଲେ। ତାଙ୍କ ଅକାଳ ବିୟୋଗ ଯୋଗୁଁ ବିଦ୍ୟାଳୟର ଜଣେ ଉତ୍ତମ ଶିକ୍ଷକ ଓ ବନ୍ଧୁ ବତ୍ସଳଙ୍କୁ ହରାଇଲା ବୋଲି ଶିକ୍ଷକ ରଞ୍ଜନ କୁମାର ଦାଶ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବିଦ୍ୟାଳୟରେ ଶ୍ରଦ୍ଧାଳୁଙ୍କ ଗହଣ ରେ ଏକ ବିରାଟ ପଟୁଆର କରି ସ୍ବର୍ଗତଃ ମହାନ୍ତ ଙ୍କ ମର ଶରୀର ପୈତୃକ ଗ୍ରାମ କେନ୍ଦୁଆକୁ ନିଆ ଯାଇଥିଲା। ଗ୍ରାମ ଶ୍ମଶାନ ରେ ଶବଦାହ ସଂସ୍କାର କରାଯାଇ ଥିଲା। କନିଷ୍ଠ ପୁତ୍ର ମୁଖାଗ୍ନୀ ଦେଇ ଥିଲେ। (ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)