logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଲ୍ଲୀପଶି ଠାରେ ଅଖଣ୍ଡ ଚବିଶପ୍ରହର ନାମଯଜ୍ଞ , ରାମ ନାମ କୃଷ୍ଣ ନାମରେ ସଭିଏଁ ବିଭୋର।

ମଲ୍ଲୀପଶି ଠାରେ ଅଖଣ୍ଡ ଚବିଶପ୍ରହର ନାମଯଜ୍ଞ , ରାମ ନାମ କୃଷ୍ଣ ନାମରେ ସଭିଏଁ ବିଭୋର।

କେନ୍ଦୁଝର,ତା୨୦/୩- କେନ୍ଦୁଝର ଜିଲ୍ଲା ସ୍ଵାମ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବ୍ୟସ୍ତବହୁଳ ମଲ୍ଲିପଶି ଠାରେ ଜମୁଛି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ। ରାମ ନାମ କୃଷ୍ଣ ନାମ ଗାନରେ ଯଜ୍ଞମଣ୍ଡପ ହୋଇଉଠିଛି ଭାବମୟ,ଆନନ୍ଦମୟ,ଭକ୍ତିମୟ ଓ କୋଳାହଳମୟ। ରାମ ନାମ କୃଷ୍ଣ ନାମ ଶ୍ରବଣ କରି ଭକ୍ତମାନେ ନିଜକୁ ଧନ୍ୟ ମନେକରୁଛନ୍ତି। ସଙ୍କୀର୍ତ୍ତନ ମଣ୍ଡଳୀ ଗୁଡିକ ମଧ୍ୟରେ ବାରିପଦାର ପୁଟୁକିଶୋଳ,ଭଣ୍ଡଗାଁ ,ମାଝିଗାଁ ( ପୁଅ ଦଳ) ଓ ସହିଦପୁର,ଚିତ୍ରଡା (ଝିଅ ଦଳ) ଆସି ନିତାଇଗୌରଙ୍କ ନାମ ଗାନ କରୁଛନ୍ତି। ମଲ୍ଲିପଶି ସଙ୍କୀର୍ତ୍ତନ ମଣ୍ଡଳୀ ତଥା ଗ୍ରାମବାସୀଙ୍କ ସହଯୋଗ ଓ ପ୍ରଚେଷ୍ଟା ଦ୍ୱାରା ଆଜକୁ ଯୁଗ ଯୁଗ ଧରି ଏହି ନାମଯଜ୍ଞ ହୋଇଆସୁଛି। ପ୍ରସାଦ ସେବନ କାର୍ଯ୍ୟକ୍ରମ ସହିତ ସୁନ୍ଦର ସାଜ୍ଜସଜ୍ଜା, ଓ ଶାନ୍ତିଶୃଙ୍ଖଳା ଉପରେ ଗ୍ରାମବାସୀ ଗୁରୁତ୍ଵ ଦେଇଛନ୍ତି। ସନ୍ଧ୍ୟା ସମୟରେ ଅଧିକ ଜନସମାଗମ ପରିଲକ୍ଷିତ ହେଉଛି। ସମସ୍ତେ ରାମ ନାମ କୃଷ୍ଣ ନାମ ଶ୍ରବଣକରି ଓ ନିତାଇଗୌର ଠାକୁରଙ୍କୁ ଦର୍ଶନକରି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

6
705 views

Comment