logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଖବର ଆଜିର, ୨୧ ମାର୍ଚ୍ଚ, ଶନିବାର

*ଖବର ଆଜିର, ୨୧ ମାର୍ଚ୍ଚ, ଶନିବାର*
===================
ମୁଖମନ୍ତ୍ରୀଙ୍କ ଆର୍ଥିକ କ୍ଷମତାକୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି, ମନ୍ତ୍ରୀମାନଙ୍କୁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ କିଣାବିକା ନିଷ୍ପତ୍ତି ନେବା କ୍ଷମତା।

ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେଲା ଘିଅ ପଖାଳ।

ଏ ବର୍ଷ ନିଯୁକ୍ତି ହେବେ ୨୦ ହଜାର ଶିକ୍ଷକ,୩ ବର୍ଷରେ ନିଯୁକ୍ତି ପାଇବେ ୪୫ ହଜାର।

ରାଜ୍ୟରେ ୧୯ ହଜାର ୮୮୩ ସ୍କୁଲରେ ଦରିରେ ବସୁଛନ୍ତି ପିଲା,ବନ୍ଦ ଥିବା ୪୬ ସ୍କୁଲକୁ ପୁନଃ ଖୋଲାଯାଇଛି।

୨୦୨୩-୨୪ ବର୍ଷରେ ନିଯୁକ୍ତି ପାଇଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କଲେ ରାଜ୍ୟ ସରକାର।

ମାଟ୍ରିକ ପରୀକ୍ଷାକୁ ନେଇ ମନ୍ତ୍ରୀଙ୍କ ବୟାନ, ଚଳିତ ବର୍ଷ ପରୀକ୍ଷା ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ।

ପୁରୀ ଶ୍ରୀମନ୍ଦିରରେ ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ। ଦୁଇବର୍ଷ ହେବ ଅନେଇ ବସିଛନ୍ତି ଭକ୍ତ।

ଭୁବନେଶ୍ୱରରେ ଜମି ନେଇ ଶିଳ୍ପ କରୁ ନ ଥିବାରୁ ୨୫ଟି ଶିଳ୍ପାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍‌ ଜାରି।

ପୁରୀ କାକଟପୁରରେ ଟମାଟୋ କିଲୋ ପିଛା ଚାରି ଟଙ୍କା, କ୍ଷତି ସହୁଛନ୍ତି ଚାଷୀ, ଦଲାଲ ମାଲେମାଲ।

ଆସନ୍ତା ୨୬ରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା, ଅପରାହ୍ନ ସାଢ଼େ ୨ଟାରେ ହେବ ରଥ ଟଣା।

ଗ୍ୟାସ ବୁକିଂ ଅବଧି ୪୫ ଦିନ ବୃଦ୍ଧି ଯୋଗୁଁ ଚିନ୍ତାରେ ଗୃହିଣୀ। ଘସି ଓ କାଠ ଜାଳିବା ଆରମ୍ଭ। ମନ୍ତ୍ରୀ କହୁଥିଲେ ଅସୁବିଧା ହେବନି।

ରାଜ୍ୟ ପୁଲିସର ବୃଥା ଆସ୍ଫାଳନ। ଶିକ୍ଷାନୁଷ୍ଠାନ ଅଞ୍ଚଳ ନିଶାମୁକ୍ତ ହେବ, ୩ ବର୍ଷରେ ରାଜ୍ୟ ଗଞ୍ଜେଇମୁକ୍ତ।
ଚିକିଟି ଦେଶୀମଦ ଅପରାଧୀ ଉପରେ କାର୍ଯ୍ୟାନୁଷ୍ଠାନ ହଉନି।

ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଓଡ଼ିଶାର ପ୍ରିୟ ପଖାଳ ପର୍ଯ୍ୟଟନ ବିଭାଗର ସଫଳତା। ଏକାସାଙ୍ଗରେ ୧,୧୭୪ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ।

ଦୁଇ ଦିନ ହେଲା ରାଜଧାନୀ ରାସ୍ତାରେ ପାଚିକା, ୭ଦଫା ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା ଜାରି।

ବାଲେଶ୍ଵର ନୀଳଗିରି ଧାନ ମଣ୍ଡିରେ ମାତ୍ରାଧିକ କଟନି ଛଟନି ପ୍ରତିବାଦରେ ମିତ୍ରପୁର -ଉଦଳା ରାସ୍ତାରେ ଧାନ ବସ୍ତା ରଖି ଧାରଣାରେ ଶତାଧିକ ଚାଷୀ।

ଭଦ୍ରକ ତିହିଡି ରାଜ୍ୟ ରାଜପଥରେ ଧାନବସ୍ତା ରଖି ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ।

ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ, ଟେଡି ଓ ଖେଳନା ଯୋଗୁ ନିଆ ମାତ୍ରାଧିକ ଭାବେ ବ୍ୟାପିଲା।

ରାଜ୍ୟସଭା ନିର୍ବାଚନ ନେଇ ପ୍ରମିଳାଙ୍କୁ ନିଲମ୍ବିତ ବିଧାୟକ ଡ଼ରାଇଲେ, କରିବେ ଫୌଜଦାରୀ ମାମଲା।

କଟକ ମେଡିକାଲରେ ତିନିଦିନରେ ଦୁଇଥର ନିଆଁ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ।

କଟକ ମହାନଦୀ ତଟ ସୌନ୍ଦର୍ଯ୍ୟକରଣରେ ଖର୍ଚ୍ଚ ହେବ ୨୧୦ କୋଟି ଟଙ୍କା।

ରେଙ୍ଗାଲି କ୍ୟାମ୍ପରେ ଟ୍ରକକୁ ବଞ୍ଚାଇବାକୁ ଟ୍ରାନ୍ସଫର୍ମରକୁ ପିଟିଲା ଟ୍ରକ୍, ଡ୍ରାଇଭର ଗୁରୁତର।

ମଣିପୁର ଆଦିବାସୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ଭିତରେ ଗୁଳି ବିନିମୟ।

ବାବା ବୈଦ୍ୟନାଥ ଧାମରେ ଭିଆଇପି ଓ ଧନୀଙ୍କୁ ମିଳୁଛି ଅଗ୍ରାଧିକାର। ଅନ୍ୟମାନଙ୍କୁ ଖରାପ ବ୍ୟବହାର, ଭାଇରାଲ ହେଲା ଭିଡ଼ିଓ।

ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା, ଦୁଆରେ ଚିକିତ୍ସା ଯୋଜନା। ବଙ୍ଗଳା ନିର୍ବାଚନ ପୂର୍ବରୁ ମମତାଙ୍କ ୧୦ଟି ପ୍ରତିଶୃତି।

ଅନ୍‌ଲାଇନ ବେଟିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ୩୦୦ ବେଟିଂ ଆପ୍ ଓ ୱେବ୍‌ସାଇଟ୍ ବ୍ଲକ୍ କଲେ କେନ୍ଦ୍ର ସରକାର।

ଯୁଦ୍ଧ ନାମରେ ବଢ଼ିଲା ତେଲ ଦର, ଭାରତରେ ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ୩୫ ପଇସା ବଢ଼ିଲା।

ଶେୟାର ବଜାରରେ ସେନ୍‌ସେକ୍ସ ୨୦୦୦ ପଏଣ୍ଟ ଏବଂ ନିଫ୍‌ଟି ୪୫୩ ପଏଣ୍ଟ ହ୍ରାସ, ନିବେଶକଙ୍କ ୧୨ ଲକ୍ଷ କୋଟି ବୁଡ଼ିଲା।

ଶୂନ୍ୟ ସଂଯମ ଚେତାବନୀ ପୁନରାବୃତ୍ତି କଲା ଇରାନ: ଶକ୍ତି ସ୍ଥଳରେ ଘନଘନ ଆକ୍ରମଣ, ଯୁଦ୍ଧ ବନ୍ଦ ପାଇଁ ଜାତିସଂଘର ଆହ୍ବାନ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୁରନ୍ତ ବନ୍ଦ ହେବନି, ୨୫୦୦ ସୈନିକକୁ ଇରାନକୁ ପଠାଇବ ଆମେରିକା।

ସମୁଦ୍ର ଶଯ୍ୟାରେ ଥିବା ଇଣ୍ଟରନେଟ କେବୁଲ କାଟିବାକୁ ଇରାନ୍‌ର ଧମକ।

ସେନା ଉପରେ ନଜର ରଖିବାକୁ ଲଗାଇଥିଲେ ସିସିଟିଭି। ଗାଜିଆବାଦରେ ପାକିସ୍ତାନ ସହ ଗୁପ୍ତଚର ନେଟ୍‌ୱାର୍କର ଗୁପ୍ତ ସମ୍ପର୍କର ପର୍ଦ୍ଦାଫାସ।

*ଗତବର୍ଷ ଏଇ ସମୟରେ*
ଡିଗ୍ରୀ ଇଞ୍ଜିନିୟର ହତାଶ ହୋଇଥିଲେ। କନିଷ୍ଠ ଯନ୍ତ୍ରୀ ପଦ ଲାଗି ଡିଗ୍ରୀଧାରୀଙ୍କୁ ଆବେଦନ ମନା।


ଆଜି ବିଶ୍ୱ କବିତା ଦିବସ
ବିଶ୍ୱ ଜାତିଗତ ବିଦ୍ୱେଷ ଦୂରୀକରଣ ଦିବସ

ଆଜି ଜନ୍ମଦିନ: ବିସମିଲ୍ଲା ଖାନ, ରାନୀ ମୁଖାର୍ଜୀ, ରୋନାଲଡିନୋ, ନିର୍ମଳା ଶ୍ରୀବାସ୍ତବ, କାର୍ତ୍ତିକ ରଥ (ବ୍ରହ୍ମପୁର, ନାଟ୍ୟକାର)

ଇତିହାସରେ ଆଜି: (୧୩୪୯) ଜର୍ମାନୀରେ ଦଙ୍ଗାରେ ୩୦୦୦ ଜୀଉଙ୍କ ମୃତ୍ୟୁ/ (୧୯୩୫) ପର୍ସିଆ ଦେଶର ନୂଆ ନାମ ଇରାନ ହେଲା/ (୧୯୭୧) ସୁନୀଲ ଗାଭାସ୍କର ପ୍ରଥମ ସେଞ୍ଚୁରୀ କଲେ/ (୨୦୦୬) ଟ୍ୱିଟର ସ୍ଥାପିତ ହେଲା
===================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻

0
0 views

Comment