logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା’ ତାରାତାରିଣୀ ମନ୍ଦିରର ଦାନ ହୁଣ୍ଡିର ଗଣତିମଣତି

ପୁରୁଷୋତ୍ତମପୁର,୨୦ା୩ (ଆଦିତ୍ୟ ମହାପାତ୍ର )ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି l ଏହି ସମୟରେ ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା, ଜିଲ୍ଲା ପ୍ରଶାସନ, ପୋଲିସ ଓ ସେବାୟତମାନେ ଉପସ୍ଥିତ ଥିଲେ। ଏହି ହୁଣ୍ଡୀ ଶେଷ ଥର ପାଇଁ ଫେବୃଆରୀ ୭ ତାରିଖ ରେ ଖୋଲା ଯାଇଥିଲା l ବର୍ତ୍ତମାନ ମାଁ ଙ୍କ ୩ ଟି ହୁଣ୍ଡୀ ଖୋଲା ଯାଇଥିଲା l ଏଥିରୁ ମୋଟ ୭ ଲକ୍ଷ୍ୟ ୮୦ହଜାର ତାଙ୍କ ଶହ ମୂଲ୍ୟବାନ ସୁନା ଓ ରୂପା ଅଳଙ୍କାର ବାହାରିଥିଲା l ପାହାଡ ତଳେ ଥିବା ସିଂହଦ୍ବାର ହୁଣ୍ଡି ମଧ୍ୟରୁ କିଛି ଚୂଇଁଗମ ଓ କାଠି ବାହାରିଥିଲା l ଯାହା ଶୁଣାଯାଉଛି ଭକ୍ତମାନେ ଦେଇଥିବା ଦାନ ନୋଟକୁ ଦୁବୃର୍ତ୍ତମାନେ ବାହାର କରିବା ପାଇଁ କାଠିରେ ଚୁଇଁଗମ ଲଗାଇ ଦାନହୁଣ୍ଡି ଭିତରକୁ ପକାଇ ତ ଭିତରୁ ଟଙ୍କା ଲୁଟିବାକୁ ଯୋଜନା କରି ଥାଇପାରନ୍ତି କିନ୍ତୁ ସଫଳ ହୋଇପାରି ନାହାନ୍ତି l ସେମାନେ ପକାଇଥିବା ଚୁଇଁଗମ୍‌ ଦାନହୁଣ୍ଡି ମଧ୍ୟରେ ଖସି ରହିଯାଇ ଥିବାର ଦେଖିବାକୁ ମିଳିଥିଲା । ହୁଣ୍ଡି ଗଣତି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ କେ.ଦେବାଶିଷ ପାତ୍ର, ପୁରୁଷୋତ୍ତମପୁର ଏସ୍‌ଆଇ କିରଣ ବକ୍ସି, ସେବାୟତ ବାପୁଜୀ ରଣା, ପୋଲିସ କର୍ମଚାରୀ ଓ ତହସିଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

6
868 views

Comment