ବାସନ୍ତିକ ଦୁର୍ଗାପୂଜାରେ ବ୍ରହ୍ମଚାରିଣୀ ବେଶରେ ମା ବନଦୁର୍ଗା
ଖୋର୍ଦ୍ଧା,୨୦.୩.୨୬(ଏ.ଆଇ.ଏମ.ଏ):ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ବିଶ୍ଵ କଲ୍ୟାଣ ନିମନ୍ତେ ବାସନ୍ତିକ ଦୁର୍ଗାପୂଜା ନବରାତ୍ରର ଦ୍ବିତୀୟ ଦିବସରେ ବ୍ରହ୍ମଚାରିଣୀ ବେଶରେ ମା ଦର୍ଶନ ଦେଇଛନ୍ତି। ସକାଳୁ ମା'ଙ୍କର ମଙ୍ଗଳ ଆଳତି, କଳଶ ପୂଜା, ସୂର୍ଯ୍ୟ ପୂଜା ପଞ୍ଚ ଦେବତା ପୂଜା, ପରେ ମା'ଙ୍କର ଶୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ସପ୍ତଶତୀ ଚଣ୍ଡୀ ପାଠ, ସନ୍ଧ୍ୟା ବାଳଭୋଗ, ଆଳତି, ଆଧରପଣା ଓ ମହାପ୍ରସାଦ ମା'ଙ୍କୁ ଅର୍ପଣ ପୂର୍ବକ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଛି। ଡଃ କୃପାସିନ୍ଧୁ ପଣ୍ଡା ପୂଜାର୍ଚ୍ଚନା କରିଥିଲେ ଏବଂ ପଣ୍ଡିତ ତପନ କୁମାର ମହାପାତ୍ର, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ ସହଯୋଗ କରିଥିଲେ l ଏହି ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ମା'ଙ୍କର ଦିବ୍ୟ ବେଶକୁ ଦର୍ଶନ କରିଥିଲେ।