logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୋଷାଗୁମୁଡା ବ୍ଲକ ପ୍ରଶାସନ ତରଫରୁ ଆଜି କୋଷାଗୁମୁଡା ସ୍ଥିତ ସୁଭଦ୍ରା ଶକ୍ତି କେଫେ ଠାରେ ବିଶ୍ୱ ପଖାଳ ଦିବସ ପାଳିତ

ଆଜି ସହରରୁ ଗାଁ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଉତ୍ସବମୁଖର ପରିବେଶ। ଘରେ ଘରେ ପ୍ରସ୍ତୁତ ହେଉଛି ପଖାଳ, ସାଙ୍ଗରେ ଆଲୁ ଭଜା, ବାଇଗଣ ଭଜା, ସାଗ, ବଡ଼ି ଚୁରା, ମାଛ ଭଜା ଓ ଆଚାର ଭଳି ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ। ଲୋକମାନେ ପରିବାର ସଦସ୍ୟ ଓ ମିତ୍ରମାନଙ୍କ ସହିତ ବସି ଏହି ପାରମ୍ପରିକ ଖାଦ୍ୟର ଆସ୍ୱାଦ ନିଅଉଛନ୍ତିଏବଂ ବିଶ୍ୱ ପଖାଳ ଦିବସ ପାଳନ କରୁଛନ୍ତି। ପଖାଳ ଦିବସ କେବଳ ଓଡ଼ିଶାରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ରହୁଥିବା ଓଡ଼ିଆମାନେ ମଧ୍ୟ ବହୁତ ଉତ୍ସାହର ସହ ଏହାକୁ ପାଳନ କରୁଛନ୍ତି। ଓଡିଶା ସରକାର ଙ୍କ ତରଫରୁ ଓଡ଼ିଆ ସଂସ୍କୃତିକୁ ଗ୍ଲୋବାଲ୍ ମଞ୍ଚରେ ଆଗକୁ ନେଇଯାଉଥିବାର ଏକ ସୁନ୍ଦର ପଦକ୍ଷେପ ଯାହାକି ପ୍ରତ୍ୟକ ବର୍ଷ ମାର୍ଚ୍ଚ ୨୦ ତାରିଖ କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ସୁଭଦ୍ରା ଶକ୍ତି କେଫେ ଠାରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି କୋଷାଗୁମୁଡା ଗଷ୍ଠୀ ଉନ୍ନୟନ ଅଧିଆରୀ ଆଶିଷ ତ୍ରିପାଠୀ, ପଂଚାୟତ ସମିତି ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ୱାଇଁ, କୋଷାଗୁମୁଡା ସମିତି ସଭ୍ୟ ଲଖମଣ ପୂଜାରୀ,ବ୍ଲକ କଂଗ୍ରେସ କମିଟି ସଭାପତି ପଦ୍ମସାଇ ମାଳି ଏବଂ ବ୍ଲକ ର ସମସ୍ତ କର୍ମଚାରୀ ସୁଭଦ୍ରା ଶକ୍ତି କେଫେ ଠାରେ ଉପସ୍ଥିତ ରହି ପଖାଳ ଖାଇଥିବା ଦେଖିବାକୁ ମିଳିଛି ତତ ସହ ଆଜି କୋଷାଗୁମୁଡା ସୁଭଦ୍ରା ଶକ୍ତି କେଫେ ସଫଳତା ସହ ଏକ ବର୍ଷ ପୂର୍ତ୍ତି ପାଇଁ କେକ୍ କାଟି ଥିବା ମଧ୍ୟ ଦେଖିବାକୁ ମିଳିଛି। ସୁଭଦ୍ରା ଶକ୍ତି କେଫେ ଦ୍ୱାରା ସୁଭଦ୍ରା ମା ମାନେ ଉପକୃତ ହେଉଛନ୍ତି ତତ ସହ ଅଞ୍ଚଳରେ କେଫେ ମାଧ୍ୟମରେ ଅଂଚଳବାସୀ ଙ୍କୁ ଉତ୍ତମ ସେବା ପ୍ରଦାନ କରି ଆସୁଛନ୍ତି ଯାହା କି ତାଙ୍କ ପାଇଁ ବହୁତ ଖୁସି ର ବିଷୟ ବଲି ନିଜ ମତ ଦେଇଛନ୍ତି ।

0
0 views

Comment