ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଭାଗବତ ଟୁଙ୍ଗୀ ର ବାର୍ଷିକ ଉତ୍ସବ ଓ ଗୀତାଯଜ୍ଞ ଅନୁଷ୍ଠିତ
ହଳଧରପୁର ଆତ୍ମତତ୍ତ୍ବ ଦର୍ଶନ ଯୋଗାଶ୍ରମ ଭାଗବତ ଟୁଙ୍ଗିର ବାର୍ଷିକ ଉତ୍ସବ
କେନ୍ଦୁଝର ,୨୦/୩ : ଘଟଗାଁ ବ୍ଲକ ଅନ୍ତର୍ଗତ ହଳଧରପୁର ଗ୍ରାମ ଆତ୍ମତତ୍ତ୍ଵ ଦର୍ଶନ ଯୋଗାଶ୍ରମ ଭାଗବତ ଟୁଙ୍ଗିର ଦ୍ୱାଦଶତମ ବାର୍ଷିକୋତ୍ସବ ଅବସରରେ ବାର୍ଷିକ ଭାଗବତ ପାରାୟଣ ଉଦଯାପନ ତଥା ଗୀତା ଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇ ଯାଇଛି ।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ତଥା ଶ୍ରୀଗୁରୁ ସୋହମ୍ ସ୍ଵାମୀଙ୍କ କୃପା ଭିକ୍ଷୁ ଆଚାର୍ଯ୍ୟ ଦାଶରଥି ପ୍ରଧାନ ଶ୍ରୀମଦ୍ ଆତ୍ମଗୀତା ଓ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଷୋଡଶ ଉପଚାର ପୂଜା କରିବା ପରେ ଶ୍ରୀମଦ୍ ଆତ୍ମଗୀତା ତଥା ଭାଗବତ ପାରାୟଣ କରି ବାର୍ଷିକ ଭାଗବତ ପାରାୟଣ ସମ୍ପୂର୍ଣ୍ଣ କରିଥିଲେ। ଆଚାର୍ଯ୍ୟ ଦାଶରଥି ପ୍ରଧାନ ଓ ପଣ୍ଡିତ କାଳନ୍ଦୀ ମିଶ୍ର ଏବଂ ମୁଖ୍ୟ କର୍ତ୍ତା ନୀଳମଣି ବେହେରା ତଥା ତାଙ୍କର ଧର୍ମପତ୍ନୀ ରମାମଣି ବେହେରାଙ୍କ ସହଯୋଗରେ ଶ୍ରୀମଦ୍ ଭଗବଦ୍ ଗୀତା ଯଜ୍ଞ ଯଥାବିଧି ଅନୁଷ୍ଠିତ ହୋଇଥିଲା। ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜୟଦେବ ପଣ୍ଡା, ଉପସଭାପତି ମଦନ ବେଜ, ସମ୍ପାଦକ ମାୟାଧର ବାରିକ ଏବଂ ଭାଗବତ ଟୁଙ୍ଗିର ସଭାପତି କପିଳ ଚନ୍ଦ୍ର ରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସାନ୍ତରାପୁର ଭାଗବତ ଟୁଙ୍ଗି ଭଜନମଣ୍ଡଳୀ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ। ଏଥିରେ ମଧୁସୂଦନ ରଣା,ଦୀନବନ୍ଧୁ ସାହୁ, ନୀଳମଣି ବେହେରା, ଫକୀର ବେଜ, ଲିଙ୍ଗରାଜ ସାହୁ,ଶରତ ଚନ୍ଦ୍ର ରଣା, ନବାତି ରଣା, ଜୁଳ ରଣା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଘଟଗାଁ ବ୍ଲକର ଖୁଣ୍ଟାପଡା, ସାନ୍ତରାପୁର , କୋଳିପଶି, କୁଣ୍ଡାପିଠା,ଟାଙ୍ଗରତଳି ଆଦି ଭାଗବତ ଟୁଙ୍ଗିର ଭକ୍ତ ମାନଙ୍କ ସମାବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ: ଦାଶରଥି ପ୍ରଧାନ, ସଭାପତି
କେନ୍ଦୁଝର ଜିଲ୍ଲା ଭାଗବତ ଟୁଙ୍ଗୀ ପ୍ରଚାର ପ୍ରସାର ସମିତି
ଉପସ୍ଥାପନା : ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬