ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ଉପଲକ୍ଷେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ପ୍ରସ୍ତୁତି ବୈଠକ
ପବିତ୍ର ପଣା ସଂକ୍ରାନ୍ତି ପାଇଁ କେନ୍ଦୁଝର ଯାଦବ ମହାସଭାର ପ୍ରସ୍ତୁତି ବୈଠକ
ଘଟଗାଁ,୨୦/୩ : କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ବିଶ୍ବପ୍ରସିଦ୍ଧ ମା ତାରିଣୀଙ୍କ ଚଇତି ଯାତ ଓ ବିଷୁବ ପଣା ସଂକ୍ରାନ୍ତି ଦିନ ଭକ୍ତମାନଙ୍କୁ ଉନ୍ନତ ମାନର ପଣା ବଣ୍ଟନ ନିମନ୍ତେ ସ୍ଥାନୀୟ ମା ତାରିଣୀ ପୀଠ ଘଟଗାଁ ପରିସରରେ କେନ୍ଦୁଝର ଯାଦବ ମହାସଭାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଘଟଗାଁ ବ୍ଲକ ଯାଦବ ମହାସଭାର ସଭାପତି ସୂର୍ଯ୍ୟମଣି ବାରିକଙ୍କ ପୌରହିତ୍ୟରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ଦାଶରଥି ପ୍ରଧାନ , ସଂଗଠନ ସଂପାଦକ ରମାକାନ୍ତ ପ୍ରଧାନ, ସଂସ୍କୃତି ବିଭାଗର ମୁଖ୍ୟ ସଂଯୋଜକ ଦଶରଥ ବାରିକ,କୋଷାଧ୍ୟକ୍ଷ ରାଜେନ୍ଦ୍ର ମହାକୁଡ଼, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରତୀ ଘଣାଙ୍କ ସମେତ ଜିଲ୍ଲାର ତେର ଗୋଟି ବ୍ଲକର ଯାଦବ ମହାସଭାର କର୍ମକର୍ତ୍ତା ଓ ସ୍ଥାନୀୟ ଯାଦବ ଭାଇ ଅକ୍ଷୟ କୁମାର ଦାଶ, ରୁଦ୍ର ପ୍ରସାଦ ବେହେରା, ବାବୁଲାଲ ପଲେଇ, ଆଶୀର୍ବାଦ ପଲେଇ, ପ୍ରଫୁଲ୍ଲ କୁମାର ପ୍ରଧାନ, ମକରଧ୍ବଜ ବେହେରା, ରାଜକିଶୋର ବାରିକ, ନିରଞ୍ଜନ ବାରିକ, ମାୟାଧର ବାରିକ, ସଞ୍ଜୟ ଗିରି , କ୍ଷୀରୋଦ ବିହାରୀ ବେହେରା,ଗୋଲକ ଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ମହାକୁଡ଼, ରବିନ୍ଦ୍ର କୁମାର ବେହେରା , ପ୍ରହଲ୍ଲାଦ ମହାକୁଡ଼, ସଂଧ୍ୟାରାଣୀ ବେହେରା, ପ୍ରଶ୍ନ କୁମାର ଦାସ ଆଦି ପ୍ରମୁଖ ବ୍ଯକ୍ତି ବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ଯୁବମୋର୍ଚ୍ଚାର ସଭାପତି ରୂପେ ନିଯୁକ୍ତି ପାଇଥିବାରୁ ଘଟଗାଁ ବ୍ଲକର ଯୁବ ନେତା ରୁଦ୍ରନାରାୟଣ ବେହେରାଙ୍କୁ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଉନ୍ନତ ମାନର ପଣା ବଣ୍ଟନ କରିବାକୁ ଉଦ୍ଯମ ଜାରି ରହିଛି ବୋଲି ସଂପାଦକ ରୋହିତ ବେହେରା ବୈଠକରେ ମତ ରଖିଥିଲେ। ତତ୍ ସହିତ ଉକ୍ତ ପଣା ବଣ୍ଟନରେ ସହଯୋଗ କରିବାକୁ କେନ୍ଦୁଝର ଯାଦବ ଭାଇ ମାନଙ୍କୁ ନିବେଦନ କରିଥିଲେ। ଆସନ୍ତା ଏପ୍ରିଲ ମାସ ଦୁଇ ତାରିଖରେ କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ସମ୍ମିଳନୀରେ ଯାଦବ ଭାଇଗଣ ଯୋଗଦେବାକୁ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ କୁଣ୍ଡାପିଠା ତରଫରୁ ବାବୁଲାଲ ପଲେଇ ନିମନ୍ତ୍ରଣ କରିବା ସହିତ ନିବେଦନ କରିଥିଲେ।
ରିପୋର୍ଟର: ବାବୁଲାଲ ପଲେଇ, ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬