logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୃତ ଦଳିତ ଯୁବକଙ୍କ ପରିବାରକୁ ସରକାରଙ୍କ ଆର୍ଥିକ ସହାୟତା ।

ଦେବଗଡ଼ ତା ୨୦/୦୩/୨୦୨୬ ରିଖ:- କଂସର ଗ୍ରାମର ମୃତ ଦଳିତ ଯୁବକ କିଶୋର ଚମାରଙ୍କ ପରିବାରକୁ ରାଜ୍ୟ ସରକାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି, ଗତ ସେପ୍ଟେମ୍ବର ୩ ତାରିଖରେ କିଶୋର ଚମାରଙ୍କୁ ଗୋମାଂସ ଚାଲାଣ ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା।
ମୃତକ ଦଳିତ ବର୍ଗର ହେତୁ ସରକାରଙ୍କ ପକ୍ଷରୁ ହରିଜନ ନିର୍ଯାତନା ନିବାରଣ ଆଇନ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିଲା। ଶେଷରେ ମୃତ କିଶୋରଙ୍କ ବିଧବା ପତ୍ନୀ ମାନସୀ ଚମାରଙ୍କୁ ମୋଟ ୪,୮୫,୫୦୦ ଟଙ୍କାର ସହାୟତା ରାଶି ଦିଆଯାଇଛି।
ଏହି ସହାୟତାରେ ୩ ମାସର ରାସନ ସାମଗ୍ରୀ ପାଇଁ ୧୫ ହଜାର ଟଙ୍କା, ବାସନ କୁସନ କ୍ରୟ ପାଇଁ ୩ ହଜାର ଟଙ୍କା ଓ ପ୍ରତିମାସ ୫ ହଜାର ଟଙ୍କାର ପେନସନ ଅନ୍ତର୍ଭୁକ୍ତ ଅଛି। ଏହି ପେନସନ ସେପ୍ଟେମ୍ବର ମାସରୁ ପିଛିଲା ଭାବେ ପ୍ରଦାନ କରାଯାଉଛି।
ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦେଶ ଅନୁଯାୟୀ, ଜିଲ୍ଲା କଲ୍ୟାଣ ଅଧିକାରୀ ଶିଶିର କୁମାର ପୁହାଣ କଂସର ଗ୍ରାମକୁ ପହଞ୍ଚି ମାନସୀ ଚମାରଙ୍କୁ ସରକାରଙ୍କ ଅନୁମୋଦନ ପତ୍ର ପ୍ରଦାନ କରିଥିଲେ।
ତଦୁପରି, କିଶୋରଙ୍କ ଦୁଇ ଝିଅଙ୍କୁ ନିକଟସ୍ଥ କଂସର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ରହି ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପୁହାଣ ସୂଚନା ଦେଇଛନ୍ତି।

0
109 views

Comment