logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିତ୍ରକୋଣ୍ଡା ବ୍ଳକରେ ଶିକ୍ଷା ସଙ୍କଟ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଶିଶୁ ।

ଚିତ୍ରକୋଣ୍ଡା ବ୍ଳକରେ ଶିକ୍ଷା ସଙ୍କଟ ମୌଳିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଶିଶୁ ।

ମାଲକାନଗିରି ତା ୨୦/୦୩ ଏହିଭଳି ଏକ ଘଟଣା ଦେଖ‌ିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ଏବଂ ନୁଆଗୁଡ଼ା-ବି ଗ୍ରାମର ଶିକ୍ଷା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପଞ୍ଚାୟତର ନୁଆଗୁଡ଼ା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟଟି କୌଣସି କାରଣବଶତଃ କିଛି ବର୍ଷ ପୂର୍ବେ ବନ୍ଦ ହୋଇଯାଇଥିଲା I ଏହି କାରଣରୁ ନୂଆଗୁଡ଼ା ଓ ନୂଆଗୁଡ଼ା - ବି ଗ୍ରାମର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ନିଜର ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି । ବିଦ୍ୟାଳୟ ବନ୍ଦ ହେବା ପରେ
ଶିଶୁମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରାୟ ୪ ରୁ ୫ କିଲୋମିଟର ଦୂରରେ ଥୁବା ଚିତ୍ରପାରି -୩ ପ୍ରାଥମିକ
ବିଦ୍ୟାଳୟକୁ ଯିବାକୁ ପଡ଼ଛି । ଯାଦ୍ଵାରା ଏହି କୋମଳମତି ଶିଶୁଙ୍କୁ ବାଟରେ ନଦୀ ପାର ହେବାକୁ ପଡୁ ଥ‌ିବାରୁ ବର୍ଷା ଦିନେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଏହା ବିପଦପୁର୍ଣ ହୋଇପଡୁଛି । ଦୂରତା ଏବଂ ଦୁର୍ଗମ ପଥ ଯୋଗୁଁ ଅନେକ ପିଲା ପାଠ ପଢ଼ା ମଝିରୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଏହି ଭଳି ସମସ୍ୟା କୁ ନେଇ ଅଳ ଭାରତ ହିନ୍ଦୁ ମହାସଭାର ଜିଲ୍ଲା ସଭାପତି ଶ୍ରୀ ପଦିଆ ପାଡ଼ିଆମୀ ୧୭.୦୩.୨୬ରେ ନୁଆଗୁଡ଼ା ଏବଂ ନୂଆଗୁଡ଼ା – ବି ର ଦୁଇ ଗ୍ରାମବାସୀ ମିଳିତ ଭାବେ ଗ୍ରାମସଭାରେ ସର୍ବସମ୍ମତି କ୍ରମେ ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରସ୍ଥାବ ଆଗତ କରିଥିଲେ ଗତକାଲି ଶ୍ରୀ ପଦିଆ ପାଡ଼ିଆମୀ ଙ୍କ ନେତୃତ୍ବରେ ଗ୍ରାମବାସୀ ମିଳିତ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ରେ ବିଦ୍ୟାଳୟର ପୁନଃଉଦ୍ଧାର ସହ ପାଠପଢ଼ା ବ୍ୟବସ୍ଥା, ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଏବଂ ଚଳିତ ଶିକ୍ଷା ବର୍ଷରୁ ହିଁ ପିଲାମାନଙ୍କର ନାମଲେଖା ଆରମ୍ଭକରି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଗ୍ରାମବାସୀ ଏବଂ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

9
2150 views

Comment