logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରିଷ୍ଠ ନାଗରିକଙ୍କର ଯୋଗାଭ୍ୟାସ ସେଣ୍ଟର ଉଦଘାଟିତ।

ବରିଷ୍ଠ ନାଗରିକଙ୍କର ଯୋଗାଭ୍ୟାସ ସେଣ୍ଟର ଉଦଘାଟିତ।

କେନ୍ଦୁଝର, ୨୦/୦୩ (ଖଣ୍ଡାଧାର ନିଉଜ) ସହର ନିକଟସ୍ଥ ପୁରୁଣା ସହରର ହାଟପଡିଆ ଠାରେ ଦିନ ବାର ଘଟିକା ସମୟରେ ବରିଷ୍ଠ ନାଗରିକମାନଙ୍କର ଯୋଗାଭ୍ୟାସ ସେଣ୍ଟର ଅନୁଷ୍ଠାନିକ ଭାବେ କେନ୍ଦୁଝର ମୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ବରିଷ୍ଠ ନାଗରିକ କମିଟିର ସଭାପତି ଶ୍ରୀ ଯୁକ୍ତ ସରୋଜ କୁମାର ରଣା, ସମ୍ପାଦକ ତଥା ଆଇନଜୀବି ଶ୍ରୀଯୁକ୍ତ ନିମାଇଁ ଚରଣ ଦାଶ, କେନ୍ଦୁଝର ମୁନିସିପାଲିଟିର ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ଜିଲ୍ଲା ଠିକାଦାର ସଙ୍ଘର ସମ୍ପାଦକ ଅନୁପ କୁମାର ମହାନ୍ତି, କେନ୍ଦୁଝର ମୁନିସିପାଲିଟିର ପୂର୍ବତନ ପୌରାଧ୍ୟକ୍ଷ ପ୍ରଭଞ୍ଜନ ପଟ୍ଟନାୟକ, ଏକ ନମ୍ବର ୱାର୍ଡର କାଉନସିଲର ଶରତ କୁମାର ସାହୁ, ଦୁଇ ନମ୍ବର ୱାର୍ଡର କାଉନସିଲର ନିହାର ଦାଶ, ତିନି ନମ୍ବର ୱାର୍ଡର କାଉନସିଲର ମିତା ମହାନ୍ତି, ଘୁଙ୍ଗୁରୁ କ୍ଲବ ଅନୁଷ୍ଠାନର ସଭାପତି ଜ୍ଞାନରଞ୍ଜନ ପତି, ପାଞ୍ଚନମ୍ବର ୱାର୍ଡର କାଉନସିଲର ପଙ୍କଜ ଦିବେଦୀ, ବରିଷ୍ଟ ନାଗରିକ ମଧୁସୂଦନ ପାତ୍ର, ବିପ୍ରରଞ୍ଜନ ମିଶ୍ର, ବୀରେନ୍ଦ୍ର ପଟ୍ଟନାୟକ, ସତ୍ୟରଞ୍ଜନ ମହାପାତ୍ର ଙ୍କ ସମେତ ବହୁ ବରିଷ୍ଠ ନାଗରିକ, ସ୍ଥାନୀୟ ବାସିନ୍ଦା ତଥା ମୁନିସିପାଲିଟିର ପଦାଧିକାରୀ ଉପସ୍ଥିତ ଥିଲେ। କାମକୁ ଉଚ୍ଚମାନର ଏବଂ ସୁନ୍ଦର କରିବା ପାଇଁ ମୁନିସିପାଲିଟିର ଅଧ୍ୟକ୍ଷା ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

40
1103 views

Comment