logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଳବୈଶାଖୀରେ କୁଆପଥର ମାଡ ପନିପରିବା ଚାଷ ନଷ୍ଟ।

କାଳବୈଶାଖୀରେ କୁଆପଥର ମାଡ ପନିପରିବା ଚାଷ ନଷ୍ଟ।

ପାଟଣା:୧୯/୦୩ (ଖଣ୍ଡାଧାର ନିଉଜ)-ବୁଧବାର ଅପରାହ୍ନରେ କାଳ ବୈଶାଖୀ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡରେ ଦାମାହୁଦା,କୁଣ୍ଡଳା ଆଦି ପଞ୍ଚାୟତ ରେ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।ଅନେକ ଲୋକଙ୍କ ଟାଇଲ ଛପର ଓ ଆଜବେଷ୍ଟ ଘର କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇଛି।କେନ୍ଦୁଯୋଡ଼ା ନିକଟରେ ବିଭିନ୍ନ ପନିପରିବା ଚାଷ କରିଥିବା ଚାଷୀଙ୍କ ମଧ୍ୟରେ ସୁଶୀଲ ମହାନ୍ତ, ମହେନ୍ଦ୍ର ମହାନ୍ତ, ପ୍ରଦୀପ ମହାନ୍ତ,ପ୍ରଫୁଲ୍ଲ ମହାନ୍ତ ଓ ଜଗା ମୁଣ୍ଡା ଙ୍କର ଏକର ଏକର ତରଭୁଜ ଚାଷ ନଷ୍ଟ ହୋଇଥିବା ବେଳେ ମହେନ୍ଦ୍ର ମାଝୀଙ୍କ ବାଇଗଣ ଚାଷ,ନରୋତ୍ତମ ଓ ଡମ୍ବରୁଧର ମହାନ୍ତ ଙ୍କ ପୋଟଳ ଚାଷ କୁଆପଥର ମାଡରେ କ୍ଷତିଗ୍ରସ୍ତ ହୋଇଛି।ଆଖପାଖ ଇଲାକାରେ ବହୁ ଚାଷୀଙ୍କ ପନିପରିବା ଚାଷ ନଷ୍ଟ ହୋଇଥିବା ଦେଖା ଯାଇଛି।ଏହି କୁଆପଥର ମାଡ଼ ଯୋଗୁଁ ଚାଷୀମାନେ ଲକ୍ଷାଧିକ ଟଙ୍କାର କ୍ଷତି ସହିଛନ୍ତି।ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରିଛନ୍ତି।

ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
822 views

Comment