logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାସୁଦେବପୁର ରେ ଚବିଶ ପ୍ରହର ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

ବାସୁଦେବପୁର ରେ ଚବିଶ ପ୍ରହର ଅଖଣ୍ଡ ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ।

ଚମ୍ପୁଆ -୧୯/୦୩ (ଖଣ୍ଡାଧାର ନିଉଜ)ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ନର୍ବାନୁରାଗୀ ସଂକୀର୍ତନ ମଣ୍ଡଳୀ ଓ ଗ୍ରାମବାସୀଙ୍କ ସହଯୋଗରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଖଣ୍ଡ ହରିନାମ ମହାମନ୍ତ୍ର ଚବିଶ ପ୍ରହର ନାମଯଜ୍ଞ ୧୫ ତାରିଖ ରବିବାର ଠାରୁ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ଦିନ ଗ୍ରାମର ବିଲବନ୍ଧ ପୋଖରୀରୁ ଭକ୍ତ ଶ୍ରଦ୍ଧାଳୁ ମାନେ ଶୁଦ୍ଧ ଜଳ କଳସ ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ, ନାମଯଜ୍ଞ ଆରମ୍ଭ କରାଯାଇଥିଲା l ପୂଜକ ଦୟାନିଧି ମିଶ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିବା ବେଳେ ସଂକଳ୍ପରେ ନିତ୍ୟାନନ୍ଦ ନାଏକ, ବଇଦୁ ନାଏକ, ଜଳଧର ନାଏକ, ରାମଚନ୍ଦ୍ର ନାଏକ, ବୁଦ୍ଧିଆ ନାଏକ ବସିଥିଲେ l ପ୍ରଥମେ ଗ୍ରାମର ନର୍ବାନୁରାଗୀ ସଂକୀର୍ତନ ମଣ୍ଡଳୀ ଦ୍ଵାରା ନାମ ନେଇଥିଲେ l ଏହା ସହିତ ଅଞ୍ଚଳର ରରୁଆଁଗୋଡ଼ା ଗ୍ରାମ ସଂକୀର୍ତନ ମଣ୍ଡଳୀ, ମିରିଗିଖୋଜ, କମାରମରା (ନୂଆସାହି), କଇଣ୍ଡା ଏବଂ ପୋଡ଼ଶୀ ମୟୁରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଝିନେଇ ନୂଆଗାଁ 'ର ସଂକୀର୍ତନ ଦଳ ହରିନାମ ମହାମନ୍ତ୍ର ନେଇଥିଲେ l ହରିନାମ ଅଖଣ୍ଡ ମହାମନ୍ତ୍ର ଶୁଣିବାକୁ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଶ୍ରଦ୍ଧାଳୁ ଜନତା, ପୁରୁଷ, ମହିଳାମାନଙ୍କ ସମାଗମ ହୋଇଥିଲା l କାର୍ଯ୍ୟକ୍ରମକୁ ଯଜ୍ଞ କମିଟି 'ର ସଦସ୍ୟ ରୁଦ୍ର ନାରାୟଣ ନାୟକ, ଦୁର୍ଯ୍ୟୋଧନ ନାଏକ, ପରମାନନ୍ଦ ନାଏକଙ୍କ ସହ ମହିଳା ସଦସ୍ୟା ପଙ୍କଜିନୀ ନାଏକ, ତିଲୋତମା ନାଏକ, ମିନତୀ ନାଏକ, ବାସନ୍ତୀ ନାଏକ, ମିଥିଳା ନାଏକ, ରେବତୀ ନାଏକ, ସରୋଜିନୀ ନାଏକ ପ୍ରମୁଖଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

1
746 views

Comment