logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନାଲ ପାଣିରେ ଭାସୁଛି ଘରଦ୍ୱାର।

କେନାଲ ପାଣିରେ ଭାସୁଛି ଘରଦ୍ୱାର।
ତା 20/3/26
ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ସଦର ମହକୁମାସ୍ଥିତ ମାତ୍ର କିଛି ଦୂର ରେ ଥିବା ତେଲୁଗୁ ସାହି ରେ ଘର ବାହାର ବାରଣ୍ଡା ରେ ଦାଣ୍ଡ ଦ୍ୱାର ରେ କେନାଲ ପାଣି ପଶି ରହିଛି ଯାହାଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଅଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ପଞ୍ଚାୟତ ଅଧୀନ ତେଲୁଗୁ ସାହି ର ରାମ ମନ୍ଦିର ପଛ ପଟ ସାହି ରେ ରହିଥିବା ଘର ଗୁଡିକ ତଥା ସାହିର ଆରୁଆ ପାପାମା, ଦୁଲାଲୀ ସେଠି, କୋଡେଟି ଶିବା, ଲଙ୍କା୍ପେଲି ବୁଜି, ପ୍ରମୁଖ ଙ୍କ ଘର ର ଦାଣ୍ଡ, ଦ୍ୱାର, ରୋଷେଇ ଶାଳ ରେ କେନାଲ ପାଣି ପଶି ଘର ର ଭିତରେ ବାହାରେ ପଛ ପଛ କାଦୁଅ ହୋଇ ଏଠାକାର ଲୋକ ମାନେନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଅଛନ୍ତି। ଘରୁ ପଦାକୁ ଯିବା କିମ୍ବା ବାହାରୁ ଘରକୁ ଯିବା ଆସିବା ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଘର ଭିତରେ କେନାଲ ପାଣି ରେ ଭିଜି ଯାଇ ସନ୍ତ ସନ୍ତିଆ ହୋଇଥିବା ବେଳେ ବର୍ତମାନ ଝାଟି ମାଟିର କାନ୍ତ ଘର ଓ ଖାଲି ମାଟି ରେ କାନ୍ତ ନିର୍ମାଣ ହୋଇଥିବା ଘର ଗୁଡିକ ଭୁସିଡ଼ି ଯିବ ବୋଲି ଭୟ ଭୟ ରେ ଉକ୍ତ କେନାଲ ପାଣିରେ ଭିଜା ଘରେ ଜୀବନ ବିତାଉଛନ୍ତି ତେଲୁଗୁ ସାହି ବାସିନ୍ଦା। ଅନ୍ୟ ପଟେ ଖାଲି ଏତିକି ନୁହଁ କେନଲ ପାଣି ମୁଖ୍ୟ ରାସ୍ତା 326ନମ୍ବର ଜାତୀୟ ରାଜ ପଥ ଉପରେ କାଲିମେଳା ସଦର ରେ ମଧ୍ୟ ଭାସୁଛି। ତେଣୁ ଏଥିପ୍ରତି ସମ୍ପୃକ୍ତ ଇରିଗେସନ ବିଭାଗ ଦେଇ କେନାଲ ପାଣି କେମିତି କାହିଁକି ତେଲୁଗୁ ସାହି ରେ ପୋଷିଛି ସେ ନେଇ ତୋଦାରକ କରି ସାହି ବାସିନ୍ଦା ଘର ଦ୍ୱାର ଭୁସିଡ଼ି ପୂର୍ବରୁ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଇରିଗେସନ ବିଭାଗ ଦୃଷ୍ଟି ଦେବା କୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

15
5043 views

Comment