logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା କେନ୍ଦୁଝର ଦ୍ବାରା ପ୍ରାୟୋଜିତ ସଂଯୋଗୀ ସାହିତ୍ୟ କର୍ମଶାଳା - ୬ ର ସାଙ୍ଗଠନିକ ବୈଠକ

ସଂଯୋଗୀ ସାହିତ୍ୟ କର୍ମଶାଳା -୬ ର ସାଙ୍ଗଠନିକ ବୈଠକ

କେନ୍ଦୁଝର,୨୦/୩ : ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା,ଘଟଗାଁ, କେନ୍ଦୁଝର ଦ୍ବାରା ପ୍ରାୟୋଜିତ " ଆସ କିଛି ଶିଖିବା ଓ ଶିଖାଇବା " ଆନୁକୁଲ୍ୟରେ ୨୦୨୪ ମସିହା ରୁ ଅନୁଷ୍ଠିତ ହୋଇଥିବା ' ସଂଯୋଗୀ ସାହିତ୍ୟ କର୍ମଶାଳା -୬ ' ମାଧ୍ୟମରେ ରାମାୟଣ, ମହାଭାରତ ଓ ଶ୍ରୀଜଗନ୍ନାଥଙ୍କ ତତ୍ତ୍ଵ ଉପରେ ଆଧାରିତ ସଂକ୍ଷିପ୍ତ କାବ୍ୟ ଅନ୍ତାକ୍ଷରୀ ଲିଖନ ର ମୁଦ୍ରଣ ଜନିତ ଶେଷ ପର୍ଯ୍ୟାୟ ସଂପର୍କରେ ସବିଶେଷ ଆଲୋଚନା କରାଯାଇ ପୁସ୍ତକ ପ୍ରକାଶ କରିବା ପାଇଁ ଗତକାଲି ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ସାଙ୍ଗଠନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ସଂଯୋଗୀ ସାହିତ୍ୟ ସଂସଦର ସଭାପତି ଉପେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ଆଠ ଗୋଟି ପାଣ୍ଡୁଲିପି ଓ ପ୍ରଚ୍ଛଦପଟ୍ଟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ନିଆଗଲା କି ସ୍ରଷ୍ଟା ଓ ଅନୁଷ୍ଠାନର ସହଭାଗିତାରେ ପୁସ୍ତକ ମୁଦ୍ରଣ କରି ସଂସଦର ଆଗାମୀ ବାର୍ଷିକ ଉତ୍ସବରେ ଉନ୍ମୋଚନ କରାଯିବ। ଚଳିତ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରୁ ବରିଷ୍ଠ ଛନ୍ଦକବି ସୁରେଶ ଚନ୍ଦ୍ର ରଥଙ୍କ - କାବ୍ଯିକ ରାମାୟଣ,କଟକ ଜିଲ୍ଲାରୁ କବୟିତ୍ରୀ ସୁଭଦ୍ରା ମହାପାତ୍ରଙ୍କ - ରାମ ରସାମୃତ, ଉତ୍କଳିନୀ ରାଉତଙ୍କ - ଭକ୍ତବତ୍ସଳ ଶ୍ରୀଜଗନ୍ନାଥ ଓ ଔପନ୍ୟାସିକ ତଥା କବି ବିଶ୍ବନାଥ ରଣାଙ୍କ - ଅନନ୍ୟା ଉର୍ମିଳା, ବାଲେଶ୍ଵର ଜିଲ୍ଲାରୁ ମାନସ କୁମାର ପାତ୍ରଙ୍କ - ମହାଭାରତ ର ମହକ,କେନ୍ଦୁଝର ଜିଲ୍ଲାରୁ ପ୍ରାବନ୍ଧିକ ଓ ପ୍ରତାପ କିଶୋର ରାଉତଙ୍କ - ରଘୁକୁଳ ତିଳକ ଶ୍ରୀରାମ, ଯୁବ କବି ଭୈରବ ଚନ୍ଦ୍ର ବେହେରାଙ୍କ - ଶ୍ରୀଜଗନ୍ନାଥ ଚରିତାମୃତ ଏବଂ ଆୟୁର୍ବେଦିକ ଚିକିତ୍ସକ ତଥା କବି ନେତ୍ରାନନ୍ଦ ମହାରଣାଙ୍କ - ନୀଳ କନ୍ଦରରେ ଦାରୁ ଦେବତା, ଗଜପତି ଜିଲ୍ଲାରୁ ବରିଷ୍ଠ ସାହିତ୍ୟିକ ବୃନ୍ଦାବନ ଗୌଡ ଙ୍କ - କବିତା ଅମୃତ ଧାରା , ବଲାଙ୍ଗୀର ଜିଲ୍ଲାରୁ ନାଟ୍ୟକାର, ମଞ୍ଚ ଅଭିନେତା ତଥା କବି ହୃଷୀକେଶ ଦାଶଙ୍କ - କୋଶଳି ନାଟ୍ ଲଭ୍ ଜିହାଦ୍ ସହିତ ସଂପାଦକ ବାବୁଲାଲ ପଲେଇ ଙ୍କ - ଉତ୍ତରଦାୟୀ ଓ ଦ୍ବାରିକାର ମୂଲ୍ୟ ମୁଠାଏ ତଣ୍ଡୁଳ ର ଦ୍ବିତୀୟ ସଂସ୍କରଣ ଏବଂ ମାନସ ପୀଠ କେନ୍ଦୁଝର ର - ସ୍ରଷ୍ଟା ସ୍ରୋତସ୍ବିନୀ ବାର୍ଷିକ ଉତ୍ସବରେ ଲୋକାର୍ପଣ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି। ଏଥିସହିତ ବରଗଡ ଜିଲ୍ଲାର ଯୁବ କବୟିତ୍ରୀ ପ୍ରତିମା ପାତ୍ରଙ୍କ " ଗାଉଁଲି ଟୋକା " ଓ ସଂପାଦକ ବାବୁଲାଲ ପଲେଇ ଙ୍କ " ପ୍ରବନ୍ଧ ମାଳା " ଇ-ପୁସ୍ତକ ରୂପେ ଲୋକାର୍ପଣ କରିବା ପାଇଁ ଉଦ୍ଯମ ଜାରି ରହିଛି। ଉକ୍ତ ସାଙ୍ଗଠନିକ ବୈଠକରେ ରାଜ୍ୟ ସଂଚାଳକ ହୃଷୀକେଶ ଦାଶ, ସଂଯୋଗୀ ସଜଫୁଲର ମୁଖ୍ୟ ସଂପାଦକ ସନ୍ତୋଷ କୁମାର ପତି, ସଂସଦର ସହ ସଂପାଦକ ଡକ୍ଟର ଲିସନ ମହାନ୍ତି,ସ୍ରଷ୍ଟା ସୁରେଶ ଚନ୍ଦ୍ର ରଥ, ସୁଭଦ୍ରା ମହାପାତ୍ର, ବିଶ୍ବନାଥ ରଣା, ଉତ୍କଳିନୀ ରାଉତ, ପ୍ରତାପ କିଶୋର ରାଉତ,ମାନସ କୁମାର ପାତ୍ର, ଭୈରବ ଚନ୍ଦ୍ର ବେହେରା, ନେତ୍ରାନନ୍ଦ ମହାରଣା ଓ ସଂସଦର ପ୍ରଚାର ପ୍ରସାର ପରିଚାଳନା ସଂପାଦକ ସରୋଜ କୁମାର ସେନାପତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ସଂପାଦକ ଶ୍ରୀ ପଲେଇ ସାଙ୍ଗଠନିକ ବୈଠକ ସଂପର୍କରେ ସମ୍ୟକ୍ ସୂଚନା ଦେଇଥିବା ବେଳେ ସହ ସଂପାଦକ ଡକ୍ଟର ଲିସନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟର: ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬

33
10985 views

Comment