logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଣ୍ଡିରୁ ଧାନ ନ ଉଠିବା ଯୋଗୁଁ ଚିତ୍ରାଙ୍ଗପାଲ୍ଲୀ ପଂଚାୟତବାସିଙ୍କ ରାସ୍ତା ଅବରୋଧ

--ମଣ୍ଡିରୁ ଧାନ ନ ଉଠିବା ଯୋଗୁଁ ଚିତ୍ରାଙ୍ଗପାଲ୍ଲୀ ପଂଚାୟତବାସିଙ୍କ ରାସ୍ତା ଅବରୋଧ
ତାରିଖ-19/3/26
-ମଣ୍ଡିରୁ ଦୀର୍ଘ ଦିନ ହେଲା ଉଠିପାରୁନି ଧାନ | ଖରା ବର୍ଷା ଖାଇ ଧାନ ନଷ୍ଟ ହେବାକୁ ବସିଲାଣି | ବିଭାଗୀୟ ଅଧିକାରୀଙ୍କୁ ଅବଗତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ |ଶେଷରେ ଜାତୀୟ ରାଜପଥ ଅବରୋଧ କଲେ ଚାଷି |
- ମାଲକାନଗିରି ଜିଲ୍ଲା ଚିତ୍ରାଙ୍ଗପାଲି ପଂଚାୟତରେ ଏପରି ଘଟଣା ଦେଖିବାକୁ ମିଳିଛି | ଇତି ମଧ୍ୟରେ ପାଞ୍ଚଟି ମଣ୍ଡି ଗଲାଣି କିନ୍ତୁ ଚାଷିଙ୍କ ଧାନ ଉଠିପାରିନାହିଁ | ଚାଷିଙ୍କ ଟୋକେନ ଅବଧି ଶେଷ ହେବାକୁ ବସିଲାଣି | ଅସନ୍ତୋଷ ଚାଷି ପଟେରୁ ନିକଟରେ ଜାତୀୟ ରାଜପଥ ରାଞ୍ଚି ବିଜୟୱାଡା କୁ ଅବରୋଧ କରିଥିଲେ | ରାସ୍ତା ଅବରୋଧ ଯୋଗୁଁ ବହୁ ଯାନ ବାହାନ ଉଭୟ ପଟେ ଅଟକି ରହିଥିଲା |
- ଯେପର୍ଯ୍ୟନ୍ତ ମଣ୍ଡିରୁ ଧାନ ଉଠିନାହିଁ ରାସ୍ତା ରୋକ ଯାରି ରହିବ ବୋଲି ଚାଷି ମାନେ ଚେତାବନୀ ଦେଇଛନ୍ତି |

13
635 views

Comment