ଜବର ଦଖଲ ମୁକ୍ତ ହେଲା ସରକାରୀ ଜମି
ଦେବଗଡ଼, ତା ୧୯/୦୩/୨୦୨୬ ରିଖ :-
ବାରକୋଟ ବ୍ଲକ୍ ଅନ୍ତର୍ଗତ ବଡଝୁମ୍ପୁରା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ମାଲିକଙ୍କ ଦ୍ୱାରା ଜବରଦଖଲ କରାଯାଇଥିବା ସରକାରୀ ଜମିକୁ ପ୍ରଶାସନ ପକ୍ଷରୁ ମୁକ୍ତ କରାଯାଇଛି।ସୂଚନାନୁସାରେ, ବଡଝୁମ୍ପୁରାର ପେଟ୍ରୋଲ ପମ୍ପ ମାଲିକ ବେଆଇନ ଭାବେ ସରକାରୀ ଜମି ଉପରେ ସୀମା ପାଚେରୀ ନିର୍ମାଣ କରି ଜବରଦଖଲ କରିଥିଲେ। ଏହି ସମ୍ବନ୍ଧରେ “ସରକାରୀ ଜମି ଜବର ଦଖଲ ପ୍ରତିରୋଧ ଆଇନ, ୧୯୭୨” ଅନୁଯାୟୀ ମାମଲା ସଂଖ୍ୟା ୪-୧୭୮୭/୨୦୨୫ ରୁଜୁ ହୋଇଥିଲା। ମାମଲାର ଶୁଣାଣୀ ପରେ ବାରକୋଟ ତହସିଲଦାର ଶ୍ରୀ ରବୀନ୍ଦ୍ର ସାମଲ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ଜବରଦଖଲକାରୀ ବିଜୟ କୁମାର ପ୍ରଧାନ ଉପଜିଲ୍ଲାପାଳ, ଦେବଗଡ଼ଙ୍କ ନିକଟରେ ଅପିଲ ଦାଖଲ କରିଥିଲେ। କିନ୍ତୁ ଉପଜିଲ୍ଲାପାଳ ଶ୍ରୀ ପରୀକ୍ଷିତ ସାହୁ ଏହି ଅପିଲକୁ ଖାରଜ କରି ତହସିଲଦାରଙ୍କ ଆଦେଶକୁ ବର୍ଜିତ ରଖିଥିଲେ।
ପରେ ତହସିଲଦାରଙ୍କ ଆଦେଶ ସଂଖ୍ୟା ୯୫୬/ରାଜସ୍ୱ/୧୭.୦୩.୨୦୨୬ ଅନୁସାରେ ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନଙ୍କ ସହଯୋଗରେ ଅଭିଯାନ ଚାଲିଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଶିବବ୍ରତ ନାୟକଙ୍କ ଉପସ୍ଥିତିରେ ଏ ୦.୧୦ ଏକର ସରକାରୀ ଜମି ଉପରେ ବେଆଇନ ଭାବେ ନିର୍ମିତ ପାଚେରୀକୁ ଭଙ୍ଗାଯାଇ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଏହି ଅଭିଯାନରେ ରାଜସ୍ୱ ନିରୀକ୍ଷକ ବିପିନ ବିହାରୀ ପ୍ରଧାନ, ବାରକୋଟ ଥାନାର ପୋଲିସ କର୍ମଚାରୀମାନେ ଓ କୋର୍ଟ ଅମିନମାନେ ସହଭାଗୀ