logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ, ସରସ୍ଵତୀ ବିଦ୍ୟାମନ୍ଦିର, ଦାମନଯୋଡି,କୋରାପୁଟ, ଓଡ଼ିଶା,ତା୧୯/୩/୨୬(ଗୁରୁବାର)

ଦାମନଯୋଡି ସରସ୍ୱତୀ ବିଦ୍ୟାମନ୍ଦିର ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ ।

ଦାମନଯୋଡି ତା - ୧୯.୦୩.୨୬ରିଖ ନାଲକୋ ଶିଳ୍ପାଞ୍ଚଳ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାମନ୍ଦିର ର ଅଧ୍ୟକ୍ଷ ଡ଼. ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଦସ୍ୟ ତଥା ନାଲକୋ ବିତ୍ତ ବିଭାଗର ମହା ପ୍ରବନ୍ଧକ ପ୍ରଶାନ୍ତ କୁମାର ମହାରଣା ଏବଂ ସମ୍ପାଦକ ଡ. ଚିତ୍ତରଞ୍ଜନ ମିଶ୍ର ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସଙ୍ଗୀତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳଙ୍କ ତତ୍ତ୍ୱାବଧାନ ରେ ଛାତ୍ରଛାତ୍ରୀ ମାନେ ଦୀପ ମନ୍ତ୍ର ଓ ସରସ୍ୱତୀ ବନ୍ଦନା ଗାନ କରିଥିଲେ ।
ଅଧ୍ୟକ୍ଷ ଡ଼. ଶୁଭ୍ରାଂଶୁ ଶେଖର ବାହିନୀପତି ସ୍ବାଗତ ସମ୍ଭାଷଣ ଓଅତିଥି ପରିଚୟ ସହିତ ଦିବସର ଗୁରୁତ୍ଵ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କ ଉଲ୍ଲେଖନୀୟ ସଫଳତା ନିମନ୍ତେ ଶୁଭେଚ୍ଛା ପ୍ରଦାନ କରିଥିଲେ । ଶିଶୁ ପ୍ରାରମ୍ଭ ଠାରୁ ଦ୍ଵାଦଶ ଶ୍ରେଣୀପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ବିଦ୍ୟାମନ୍ଦିର ର ବରିଷ୍ଠ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଶିକ୍ଷୟିତ୍ରୀ ଗୋଧୂଳି ଦୋରା, ଅନୁରାଧା ପଟ୍ଟନାୟକ କୁନି, ହରିପ୍ରିୟା ଦାଶ ତାଙ୍କୁ ସହାୟତା କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ର ଭାରପ୍ରାପ୍ତ ଉପାଧ୍ୟକ୍ଷ ପ୍ରଦୀପ କୁମାର ଜଗତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ନିମନ୍ତେ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ସେମାନଙ୍କର ଶୁଭେଚ୍ଛା ଜଣାଇଥିଲେ।

57
1674 views

Comment