ବାସନ୍ତିକ ନବରାତ୍ର ପାଇଁ ଉତ୍ସବ ମୁଖରିତ ଦେବଗଡ଼ ସହର ।
ଦେବଗଡ଼, ତା ୧୯/୦୩/୨୦୨୬ ରିଖ :- ବାସନ୍ତିକ ନବରାତ୍ର ଅବସରରେ ଦେବଗଡ଼ ସହର ଉତ୍ସବ ମୁଖରିତ ହୋଇଉଠିଛି। ସହରର ବିଭିନ୍ନ ମନ୍ଦିର ଗୁଡ଼ିକରେ ଭକ୍ତମାନଙ୍କର ଭିଡ଼ ଦେଖାଯାଉଥିବା ବେଳେ ପୂଜା, ଆରତି ଓ ଧାର୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ସୃଷ୍ଟି କରିଛି।
ଦେବଗଡ଼ର କନକ ଦୁର୍ଗା ମନ୍ଦିର, ଶନି ମନ୍ଦିର, ଶନି ଦକ୍ଷିଣ କାଳୀ ମନ୍ଦିର, ଅନ୍ନପୂର୍ଣ୍ଣା ମନ୍ଦିର, ସାଇ ମନ୍ଦିର ଏବଂ ଦେବଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ପ୍ରଧାନପାଟେଶ୍ବରୀଙ୍କ ମନ୍ଦିରରେ ବାସନ୍ତିକ ନବରାତ୍ର ବଡ଼ ଧୁମଧାମରେ ପାଳନ କରାଯାଉଛି।
ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ବିଶେଷ ପୂଜାର୍ଚ୍ଚନା ସହିତ ହୋମ ଯଜ୍ଞ ଓ ପ୍ରସାଦ ବିତରଣ ଆୟୋଜିତ ହେଉଛି। ଭକ୍ତମାନେ ନିଜ ଇଚ୍ଛା ପୂରଣ ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ସହରରେ ଧାର୍ମିକ ଉତ୍ସାହ ଚାରିଦିଗରେ ଭରିଯାଇଛି।
ନବରାତ୍ର ଅବସରରେ ମନ୍ଦିରଗୁଡ଼ିକୁ ବିଶେଷ ଭାବେ ସଜାଯାଇଥିବା ବେଳେ ଆଲୋକ ସଜ୍ଜା ଓ ସଫାସୁଥା ପ୍ରତି ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମଗ୍ର ସହର ଭକ୍ତି ଓ ଆନନ୍ଦର ରଙ୍ଗରେ ରଙ୍ଗିତ ହୋଇଉଠିଛି।