logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାଦୀ ପାଲା ପରିବେଷଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବାଦୀ ପାଲା ପରିବେଷଣ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ହରିଚନ୍ଦପୁର -୧୯/୦୩, (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ଓଡିଶା ର ଲୋକ କଳା ସଂସ୍କୃତିର ମଧ୍ଯରୁ ପାଲା ଅନ୍ଯତମ। ସନାତନ ସଂସ୍କୃତିର ପ୍ରଚାର ପ୍ରସାର ଓ ପୌରାଣିକ କଥାବସ୍ତୁ ଆଧାରିତ ରାମାୟଣ, ମହାଭାରତ, ଗୀତା ଓ ଭାଗବତ ର ସମ୍ଭାର ପାଲାରେ ଦେଖିବାର ସୁଯୋଗ ମିଳେ। ପାଲା ମାଧ୍ୟମ ରେ ସମାଜର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ବାର୍ତ୍ତା ଶୃତିମଧୁର ହୋଇ ଥାଏ। ଓଡ଼ିଆ ଅସ୍ମିତା ସ୍ମୃତିଚାରଣ ହୋଇଥାଏ।
କେନ୍ଦୁଝର ଜିଲ୍ଲାର ନିତ୍ୟାନନ୍ଦପୁର ଗ୍ରାମ ରେ ୪୨ବର୍ଷ ହେଲା ବାଦିପାଲା ଅନୁଷ୍ଠିତ ହେଉଅଛି। ଚଳିତ ବର୍ଷ ଆସନ୍ତା ଅପ୍ରେଲ ମାସ ୨୦ ରୁ୨୨ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପାଲା ପରିବେଷଣ ନିମନ୍ତେ ଦିନ ଧାର୍ଯ୍ଯ କରାଯାଇ ଗାୟିକା ଅସୀମାରାଣୀ ବରାଳ ଆଠଗଡ ସହିତ ଗାୟିକା ସୁଲୋଚନା ଦାସ ବରି, ଯାଜପୁର ପାଲା ପରିବେଷଣ ପାଇଁ କମିଟି ନିମନ୍ତ୍ରଣ କରିଛନ୍ତି ବୋଲି ସୁଚନା ଦେଇଛନ୍ତି। ଶ୍ରୀ ଶ୍ରୀ ସତ୍ଯନାରାୟଣ ପୂଜାର ଆୟୋଜନ ନେଇ କମିଟିର ସଦସ୍ଯ ସନ୍ତୋଷ କୁମାର ଘଣା, ଦାମୋଦର ଘଣା, ଜୟକୃଷ୍ଣ ଘଣା, ଦୟାନିଧି ଘଣା, ଅଯୋଧ୍ୟା ଘଣା, ବାବୁଲା ବାରିକ, ବିପିନ ଆରୁଖ, ମଧୁସୂଦନ ଘଣା, ପଞ୍ଚାନନ ଘଣା ନୀଳମଣି ବେହେରା ପ୍ରମୁଖ ଆୟୋଜନ ନେଇ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି କରିଥିବା ସୁଚନା ପ୍ରଦାନ କରିଛନ୍ତକରି। (ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ)

20
1208 views

Comment