logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗୁଜରାଟ ରାଜ୍ଯର ସୁରଟ ସହର ସ୍ଥିତ ଠକାମି କରିଥିବା ଲୁଗା ବ୍ୟବସାୟୀ କେନ୍ଦୁଝର ଟାଉନ୍ ପୋଲିସ ର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଖୋଜୁଚି ବାଟ!

ଗୁଜରାଟ ରାଜ୍ଯର ସୁରଟ ସହର ସ୍ଥିତ ଠକାମି କରିଥିବା ଲୁଗା ବ୍ୟବସାୟୀ କେନ୍ଦୁଝର ଟାଉନ୍ ପୋଲିସ ର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଖୋଜୁଚି ବାଟ!

କେନ୍ଦୁଝରଗଡ:୧୯/୦୩ (ଖଣ୍ଡାଧାର ନିଉଜ) ଟାଉନ୍ ପୋଲିସ ର କାର୍ଯ୍ୟାନୁଷ୍ଠାନ ଭୟରେ ଠକାମି କରିଥିବା ବେପାରୀ ଗୁଜରାଟ ସୁରଟ ସହର ର ଭଗୀରଥ ସିଂହ ଓରଫ ରାଜୁ ପିଡୀତ ବ୍ଯକ୍ତି କୁ ଗୁହାରି କରିଥିବା ବର୍ତ୍ତମାନ ସୂଚନା ମିଳିଛି। ଗତକାଲି କେନ୍ଦୁଝର ଟାଉନ୍ ଥାନା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ସାହୁଙ୍କ ତଦନ୍ତ ରିପୋର୍ଟ ଏବଂ ଆଇନ୍ ଅନୁସାରେ ଗ୍ରହଣ କରିଥିବା ଦ୍ରୁଢ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଦରଖାସ୍ତକାରୀ ଙ୍କୁ ଅବଗତ କରି ପ୍ରମାଣ ସ୍ବରୂପ କୋପି ପ୍ରଦାନ କରିଥିଲେ। ଏପରିକି ଠକାମି କରିଥିବା ବେପାରୀ ଭାରତର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ତାଙ୍କୁ ନିଶ୍ଚିତ ଭାବରେ ଆଇନ୍ ଅନୁସାରେ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ଉକ୍ତ ଗୁଜରାଟ ସୁରଟ ସହର ସ୍ଥିତ ଠକାମି କରିଥିବା ବେପାରୀ ଭଗୀରଥ ସିଂହ ଓରଫ ରାଜୁ ପିଡୀତ ବ୍ଯକ୍ତି କୁ ହ୍ବାଟ୍ସଏପ ମୋବାଇଲ କଲ୍ ମାଧ୍ୟମରେ ସମ୍ପର୍କ ସ୍ଥାପନ କରି ଗୁହାରି କରିଥିବା ଜାଣିବା ପାଇଁ ମିଳିଛି। ଲୁଗା ବ୍ୟବସାୟୀ କରୁଥିବା ଗୁଜରାଟ ରାଜ୍ଯର ସୁରଟ ସହର ସ୍ଥିତ ଭଗୀରଥ ସିଂହ ଓରଫ ରାଜୁ ନିଜକୁ ବହୁତ ଚତୁର ଓ ଚାଲାକୀ ବୋଲି ମନେକରୁଥିଲେ। କିନ୍ତୁ ତାଙ୍କର କାଣ୍ଡ କାରନାମା ସମ୍ପର୍କରେ ନିଉଜ ପ୍ରସାରଣ କରିବା ସହିତ ତାହାର ଲିଙ୍କଗୁଡିକୁ ସାର୍ବଜନୀନ କରିବା ପାଇଁ ସେୟାର କରାଯାଇଛି। କୌଣସି ପ୍ରକାରର ଉକ୍ତ ସୂଚନା ଠକାମି କରୁଥିବା ଭଗୀରଥ ସିଂହ ଓରଫ ରାଜୁ ନିକଟରେ ପହଞ୍ଚିବା ପରେ ଠକାମିର ଶୀକାର ହୋଇଥିବା ବ୍ଯକ୍ତିଙ୍କୁ ହ୍ବାଟ୍ସଏପ ମୋବାଇଲ କଲ୍ ମାଧ୍ୟମରେ ସମ୍ପର୍କ ସ୍ଥାପନ କରି ଗୁହାରି କରିଥିବା ଜାଣିବା ପାଇଁ ମିଳିଛି। ବର୍ତ୍ତମାନ କେନ୍ଦୁଝର ଟାଉନ୍ ପୋଲିସ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଭୟରେ ନିଜକୁ ରକ୍ଷା କରିବା ପାଇଁ ବାଉଳା ଚାଉଳା ହେଉଥିବା ଜାଣିବା ପାଇଁ ମିଳିଛି।

29
1018 views

Comment